2 buses burnt Photograph: (Sambad.in)
ସାରନଗରୀ: ସାରନଗରୀ ବାଲିଝୁଡି ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଛିଡ଼ା ହୋଇଥିବା ନୂଆ ରାତ୍ରିକାଳୀନ ବସ ୨ଟିକୁ କେହି ଦୁର୍ବୃତ୍ତ ମଧ୍ୟ ରାତ୍ରିରେ ଜାଳି ଦେଇଥିବା ଜଣା ପଡିଛି| ମିଳିଥିବା ସୂଚନା ଅନୁଯାୟୀ, ୧୫ ଦିନ ଆଗରୁ ଅନୟ କୁମାର ମଲିକ ଜୟପୁର ରାଜ୍ୟରୁ ଅଞ୍ଜଳି ନାମକ ୨ ଟି ରାତ୍ରିକାଳୀନ ନୂଆ ଓଡି ୧୪ଏଲ୬୦୫୫ ଓ ଅନ୍ୟଟି ଓଡି ୧୪ଏଲ୬୧୫୫ ବସ ଆଣି ପରମିଟ ବାହାରି ନ ଥିବାରୁ ସାରନଗରୀ ନିକଟରେ ଥିବା ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଛିଡ଼ା କରିଥିଲେ|
ଶୁକ୍ରବାର ମଧ୍ୟ ରାତ୍ରିରେ କେହି ଦୁର୍ବୃତ୍ତ ବସର କାଚ ଭାଙ୍ଗି ଗାଡ଼ିରେ ଥିବା ପରଦାରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟଟିର ଆଗରୁ ଆଂଶିକ ନିଆଁ ଲାଗିଥିଲା|
ଆହୁରି ପଢନ୍ତୁ- Gulua-Barsha Controversy: ପରକୀୟା ପ୍ରୀତି: କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି କମେଡ଼ିଆନ ଦମ୍ପତି… ଗୁଲୁଆ କହିଲେ ନିଜେ ଲଢିବି ନିଜ ଲଢେଇ…
ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା
ନିକଟରେ ରହୁଥିବା ପଡୋଶୀ ଲୋକ ଗାଡ଼ିରେ ନିଆଁ ଲାଗିଥିବା ଜାଣିବାକୁ ପାଇ ବସ ମାଲିକଙ୍କୁ ଖବର ଦେବା ପରେ ବସ ମାଲିକ ଓ ତାଙ୍କର ସମ୍ପର୍କୀୟ ପହଞ୍ଚି ପିସିଆର ଓ ଟାଙ୍ଗରପାଲି ଥାନାକୁ ଖବର ଦେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ବସକୁ ନିଆଁଲାଗିବାରୁ ଉଦ୍ଧାର କରିଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା|
ଆହୁରି ପଢ଼ନ୍ତୁ:Most Polluted Towns: ଦେଶର ୫ ପ୍ରଦୂଷିତ ସ୍ଥାନ ମଧ୍ୟରେ ଓଡ଼ିଶାର ୩ ସହର, AQIରେ ଦିଲ୍ଲୀ ପଛରେ ପଡ଼ିଲା
Follow Us