2 hours opd today also closed Photograph: (sambad.in)
ଭୁବନେଶ୍ବର: ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆଜି ବି ସାରା ରାଜ୍ୟରେ ଜାରି ରହିଛି। ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ଘଣ୍ଟିଆ ଓପିଡି ବନ୍ଦ ଏସ୍ମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି। ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ଗତ ୬ ତାରିଖଠାରୁ ଏସ୍ମା ଲଗାଇଛନ୍ତି। ଡାକ୍ତର, ନର୍ସିଂ କର୍ମଚାରୀ, ପାରାମେଡିକ୍ସ ଓ ଅନ୍ୟ କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଆଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ହେଲେ ଡାକ୍ତରମାନେ ଏସ୍ମାକୁ ଫୁ’ କରି ଉଡ଼ାଇ ଦେଇଛନ୍ତି।
ସରକାର ମଧ୍ୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସରକାର-ଡାକ୍ତରଙ୍କ କଳି ଭିତରେ କେବଳ ରୋଗୀମାନେ ହିଁ ହନ୍ତସନ୍ତ ହେଉଛନ୍ତି। ୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଚାରି ଦିନ ହେବ ତାହା ୨ ଘଣ୍ଟାରେ ପହଞ୍ଚିଲାଣି। ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଚିକିତ୍ସା ବିଳମ୍ବିତ ହେଉଥିବାରୁ ପରୀକ୍ଷାନିରୀକ୍ଷା ଆହୁରି ସମସ୍ୟା ବଢ଼ାଉଛି।
ଆହୁରି ପଢ଼ନ୍ତୁ:Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
୧୫ ପରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ
ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍ଣରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ପକ୍ଷରୁ ଚେତାବନୀ ଦିଆଯାଇଛି। ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି। ହେଲେ ଡାକ୍ତରମାନେ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଏପରିକି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କଡ଼ା ବାର୍ତ୍ତା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Cow Unsafety: ଗୋରୁ ଚମଡ଼ା, ହଜାରେରୁ ଊର୍ଦ୍ଧ୍ବ କଟା ମୁଣ୍ଡ ଜବତ
Follow Us