କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ଉଦ୍‌ଘାଟିତ

କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ଶନିବର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜପଥକୁ ଚାରି ଲେନ ବିଶିଷ୍ଟ କରିଥିଲେ।

କଟକ: ଐତିହାସିକ କଟକ ସହରର କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ଶନିବର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜପଥକୁ ଚାରି ଲେନ ବିଶିଷ୍ଟ କରିଥିଲେ। ଏବେ ମୋଦୀ ସରକାର ରେଳପଥକୁ ଚାରି ଲାଇନ ବିଶିଷ୍ଟ କରୁଛନ୍ତି। କଟକ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି।

ଏହି ଖବର ପଢ଼ନ୍ତୁ: କଟକ ରେଳ ଷ୍ଟେସନ୍‌ରେ ବିମାନ ବନ୍ଦରର ଭ୍ରମ

publive-image

ଏହି ଖବର ପଢ଼ନ୍ତୁ: ଦେଢ଼ବର୍ଷ ହେଲା ଜରି ଭିତରେ ବରପୁତ୍ର

ଓଡ଼ିଶାରେ ରେଳ ଭିତ୍ତିଭୂମି ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ବିଗତ ୧୦ ବର୍ଷ ମଧ୍ୟରେ ଭଲ ରେଳ ବଜେଟ୍‌ ମିଳିଛି। ଚଳିତ ବର୍ଷ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମୋଦୀ ସରକାର ମଂଜୁରୀ ଦେଇଛନ୍ତି। ୮ଟି ନୂଆ ପ୍ରକଳ୍ପ ସମେତ ରାୟଗଡ଼ା କୁ ଡିଭିଜନଙ୍କୁ ମଂଜୁରି ମିଳିଛି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୮୦୦ କିମି ନୂଆ ରେଳଲାଇନ୍‌ ନିର୍ମାଣ ହୋଇଛି। ତୃତୀୟ ଟର୍ମରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ୫୯ଟି ଷ୍ଟେସନ୍‌ ପୁନଃନିର୍ମାଣ କାମ ଜାରି ରହିଛି। ସେହିପରି କଟକ ସୖା ପଠୁ ମୁଖ୍ୟ ଷ୍ଟେସନ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁରି ହୋଇଛି। 

ଏହି ଖବର ପଢ଼ନ୍ତୁ: ପୁଲିସ ଆଖିରୁ ଖସିପାରିଲାନି କୁଖ୍ୟାତ ଅପରାଧୀ

୨୦୨୧ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ପାଖାପାଖି ୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି ନୂଆ ଷ୍ଟେସନର ତଳ ମହଲାରେ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷାଳୟ ରହିଛି। ଏଥିରେ ପାଖାପାଖି ୫୦୦ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି। ଗୋଟିଏ ଲିଫ୍ଟ, ସିଡ଼ି ଗୋଟିଏ, ଏସ୍କାଲେଟର୍ ଦୁଇଟି ରହିଛି। ସାଧାରଣ ଯାତ୍ରୀଙ୍କ ପାଇଁ ୫ଟି ଟିକଟ କାଉଣ୍ଟର ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ କାଉଣ୍ଟର ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଶୌଚାଳୟ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଚାରିଟି ଶୌଚାଳୟ ରହିଛି।

ସିଧା ଜାତୀୟ ରାଜପଥକୁ ସଂଯୋଗରେ ପ୍ରଥମ
ଜନଔଷଧି କେନ୍ଦ୍ର, ଯାତ୍ରୀଙ୍କ ପାଇଁ ଏସି ପ୍ରତୀକ୍ଷାଳୟ  
ଶିଖରପୁର ପଟେ ଖୋଲିବ ଅତ୍ୟାଧୁନିକ ଗେଟ୍ 

publive-image

ଉପର ମହଲାରେ ଗୋଟିଏ ବଡ଼ ଫୁଡ୍‌କୋର୍ଟ ରହିଛି। ଏହି ଫୁଡ୍‌କୋର୍ଟ ଆଇଆର୍‌ସିଟିସି ପକ୍ଷରୁ ନିୟନ୍ତ୍ରଣ କରାଯିବ। ଏହି ପ୍ଲାଟଫର୍ମରେ ୨୦ଟି ସିସି କ୍ୟାମେରା ଲଗାଯାଇଛି। ବିମାନବନ୍ଦର ଶୈଳୀରେ ପ୍ଲାଟଫର୍ମର ନିର୍ମାଣ କରାଯାଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର, ଵାନ୍‌ ଷ୍ଟେସନ ଵାନ୍‌ ପ୍ରଡକ୍ଟ ମଧ୍ୟ ଖୋଲିବାର ବ୍ୟବସ୍ଥା କରାଯାଇଛି। ଷ୍ଟେସନ୍‌ ବାହାରେ ୨୫୦ ଚାରିଚକିଆ, ୨୦୦ ବାଇକ୍ ସହିତ ୫୦ଟି ଅଟୋ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରିପେଡ୍ ଅଟୋ ପାଇଁ ମଧ୍ୟ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ। ଭାରତରେ ବଡ଼ ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହିତ ସଂଯୋଗ କରୁଥିବା ରାସ୍ତା ଭାବେ କଟକ ଷ୍ଟେସନ ପ୍ରଥମ ବୋଲି କୁହାଯାଉଛି।

ଏହି ଖବର ପଢ଼ନ୍ତୁ: ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe