4 Death Bus Accident Mathura ମଥୁରାରେ ବଡ଼ ଧରଣର ଦୁର୍ଘଟଣା: ୪ ମୃତ, ୨୫ ଆହତ

Advertisment

ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଭୋର ସମୟରେ  ଏକ ଧରଣର ସଡ଼କ ବଡ଼ Accident ଘଟିଛି। ମଥୁରା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ପଚିଶ ଜଣ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଭୋର ସମୟରେ  ଏକ ଧରଣର ସଡ଼କ ବଡ଼ Accident ଘଟିଛି। ମଥୁରା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ପଚିଶ ଜଣ ଆହତ ହୋଇଛନ୍ତି।

Untitled

4 death in bus accident Photograph: (navbharattimes.indiatimes.com)

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଭୋର ସମୟରେ ଏକ ଧରଣର ସଡ଼କ ବଡ଼ ଦୁର୍ଘଟଣା ଘଟିଛି। ସାତୋଟି ବସ୍ ଏବଂ ତିନୋଟି କାର ଧକ୍କା ଖାଇ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମଥୁରା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଚାରି ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଘଟଣା ବଳଦେବ ପୁଲିସ ଷ୍ଟେସନ ଅଧୀନରେ ଥିବା ଯମୁନା ଏକ୍ସପ୍ରେସୱେର ମାଇଲଖୁଣ୍ଟ ୧୨୭ରେ ଘଟିଛି। ପୁଲିସ ଏବଂ ଯମୁନା ଏକ୍ସପ୍ରେସୱେ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।

ଆହୁରି ପଢ଼ନ୍ତୁ:Masood Azhar : ଭାରତୀୟ ଜେଲରେ ଖାଇଥିବା ନିସ୍ତୁକ ମାଡ଼ କଥା ଏବେ ବି ମନେ ରଖିଛି ମାସୁଦ ଆଝାର

କମ୍ ଦୃଶ୍ୟମାନତା ଯୋଗୁଁ ଦୁର୍ଘଟଣା

ମଥୁରାର ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି ଯେ ମଙ୍ଗଳବାର ଭୋର ପ୍ରାୟ ୪:୩୦ ସମୟରେ, ଆଗ୍ରାରୁ ନୋଏଡା ଯାଉଥିବା ଯମୁନା ଏକ୍ସପ୍ରେସୱେର ମାଇଲଖୁଣ୍ଟ ୧୨୭ ରେ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ସାତଟି ବସ୍ ଏବଂ ତିନୋଟି ଛୋଟ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ:Courage Of Youth: ଯୁବକଙ୍କ ସାହସିକତା: ୪ ଲୁଟେରାଙ୍କୁ କାବୁ କଲେ

ଏଥିରେ ପଚିଶ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ଆହତ ହୋଇନାହାନ୍ତି। ସମସ୍ତଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଦିଆଯାଉଛି, ଏବଂ ଅନ୍ୟ ଯାତ୍ରୀମାନଙ୍କୁ ସରକାରୀ ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe