Truck Driver Critical ଚୁନାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିଲା ହାଇୱା, ଚାଳକ ଗୁରୁତର

Advertisment

କେବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର National Highway କୁନ୍ଦୁରୁବୁରୁ ଚୁନାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ହାଇୱା ଓଲଟି ଚାଳକ Serious ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଛି ।

କେବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର National Highway କୁନ୍ଦୁରୁବୁରୁ ଚୁନାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ହାଇୱା ଓଲଟି ଚାଳକ Serious ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଛି ।

RGH

Driver injured Photograph: (Sambad.in)

ଲହୁଣିପଡ଼ା: କେବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ କୁନ୍ଦୁରୁବୁରୁ ଚୁନାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ହାଇୱା ଓଲଟି ଚାଳକ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୨ଟା ସମୟରେ କୋଇଡ଼ା ପଟୁ ଲୁହାପଥରବୋଝେଇ ହାଇୱା ଓଡି ୦୯ ଭି ୬୧୧୫ ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ଚୁନାଘାଟିରେ ତଳକୁ ଓଲଟି ପଡ଼ିଥିଲା। ଜାତୀୟ ରାଜପଥ କର୍ମଚାରୀ କେବଲାଙ୍ଗ ପୁଲିସକୁ ଖବର ଦେଇଥିଲେ।

ଅଧିକପଢ଼ନ୍ତୁ:କୁକୁରଙ୍କୁ ମାଂସ ଖୁଆଇ ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା, ସିସିଟିଭିରୁ ଜଣାପଡ଼ିଲା ସତ

ପୁଲିସର ତଦନ୍ତ

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକ ଝାଫଖଣ୍ଡ ରାଜ୍ୟର ଜଗମୋହନ ମାହାତୋ(୩୫)ଙ୍କୁ ଉଦ୍ଧାରକରି ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିଲା। ସେଠାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଛି। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ଅଧିକପଢ଼ନ୍ତୁ:ଇଗନଉ ଅନଲାଇନ କୋର୍ସ ପାଇଁ ପଞ୍ଜିକରଣ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe