Attack Young Man Thrown ଗାଁ ଦାଣ୍ଡରେ ଯୁବକକୁ ଦଉଡ଼ିରେ ବାନ୍ଧି ଘୋଷାଡ଼ିଲେ, ଅଚେତ ଅବସ୍ଥାରେ ଫାଣ୍ଡିରେ ଫିଙ୍ଗି ଚାଲିଗଲେ

Advertisment

ଜମିଜିମା ବିବାଦ ପାଇଁ ତେଲଗାଡିଆ ଗ୍ରାମର young man ଦେବାଶିଷ ହାତୀଙ୍କୁ ଗତ ୩ ତାରିଖରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସଦର ଥାନା ପୁଲିସ ହାତ ବାନ୍ଧି ବସିଛି। ଯୁବକ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି।

ଜମିଜିମା ବିବାଦ ପାଇଁ ତେଲଗାଡିଆ ଗ୍ରାମର young man ଦେବାଶିଷ ହାତୀଙ୍କୁ ଗତ ୩ ତାରିଖରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସଦର ଥାନା ପୁଲିସ ହାତ ବାନ୍ଧି ବସିଛି। ଯୁବକ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି।

Untitled-1

attack on young man, he was thrown at outpost Photograph: (sambad.in)

ବାଲେଶ୍ବର: ବାଲେଶ୍ବର ପରଖି ଫାଣ୍ଡି ତଥା ସଦର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜମିଜିମା ବିବାଦ ପାଇଁ ଉକ୍ତ ଥାନା ଅଧୀନ ତେଲଗାଡିଆ ଗ୍ରାମର ଯୁବକ ଦେବାଶିଷ ହାତୀଙ୍କୁ ଗତ ୩ ତାରିଖରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସଦର ଥାନା ପୁଲିସ ହାତ ବାନ୍ଧି ବସିଛି।

ଅଭିଯୁକ୍ତମାନେ ଫାଣ୍ଡି ପରିସରରୁ ଖସି ଯାଇଥିଲେ

ଯୁବକଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ମାଡ଼ ମାରିବା ସହିତ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ବାଇକ୍ ରେ ଘୋଷାଡ଼ି ଥିଲେ। ଯୁବକ ଅଚେତ ହୋଇଯିବା ପରେ ତାଙ୍କୁ ଆଣି ପରିଖି ଫାଣ୍ଡି ମଧ୍ୟରେ ଫିଙ୍ଗି ଚାଲିଯାଇଥିଲେ। ଯୁବକଙ୍କୁ ଅନ୍ୟ ବ୍ୟକ୍ତି ଆକ୍ରମଣ କରିଥିବା, ସେମାନେ କେବଳ ଯୁବକକୁ ଉଦ୍ଧାର କରି ଆଣିଥିବା ସଫେଇ ଦେଇ ଅଭିଯୁକ୍ତମାନେ ଫାଣ୍ଡି ପରିସରରୁ ଖସି ଯାଇଥିଲେ।

ଆହୁରି ପଢ଼ନ୍ତୁ: Container Seized Cows Rescued ଗୋରୁ ବୋଝେଇ କଣ୍ଟେନର ଜବତ: ୨ ଗୋମାଫିଆ ଅଟକ, ୧୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

ଏହି ଘଟଣାକୁ ଫାଣ୍ଡି ଠାରୁ ନେଇ ସଦର ଥାନା ପୁଲିସ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ୩ ଦିନ ବିତିଥିଲେ ବି କାହାରିକୁ ପୁଲିସ ଗିରଫ କରିନାହିଁ। ଯୁବକ ଜଣଙ୍କ ଚିକିତ୍ସାଧୀନ ରହିଛନ୍ତି।  ଏ ସମ୍ପର୍କରେ ଏସ୍ ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି 'ସମ୍ବାଦ'କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: Two Bikers Death Accident ମୁଣ୍ଡରେ ଚଢ଼ିଗଲା ଟ୍ରଲର୍, ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe