Jay Dholkia Casts Vote: ମତଦାନ ଅଧିକାର ସାବ୍ୟସ୍ତ କଲେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଉପନିର୍ବାଚନ ଲାଗି ନିଜର ମତଦାନ ଅଧିକାର ସାବ୍ୟସ୍ତ କଲେ bjp candidate ଜୟ ଢୋଲକିଆ। ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଜୟ ଢୋଲକିଆ।

jay dholkia

jay dholkia Photograph: (sambad.in)

ନୂଆପଡ଼ା: ଉପନିର୍ବାଚନ ଲାଗି ନିଜର ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଜୟ ଢୋଲକିଆ। ପୂର୍ବରୁ ସେ ସକାଳେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଢୋଲକିଆ ପରିବାର ସେମାନଙ୍କର ମତଦାନ କରିଛନ୍ତି। ଭୋଟ୍ ଦେବା ପରେ ଜୟ ଢୋଲକିଆ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ରହି ନିଜ କାମ ଭାବି ନୂଆପଡ଼ାବାସୀଙ୍କ ସମସ୍ୟାର ସମାଧାନ କରିବା ମୋର ଏକମାତ୍ର ଲକ୍ଷ୍ୟ। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହେଉଛନ୍ତି।

ଏଣେ ଆଜି ସକାଳେ ମତଦାନଲାଗି ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି ମତଦାତାମାନେ ଉତ୍ସାହର ସହିତ ମତଦାନ କରୁଛନ୍ତି। ବୁଥ ସାମ୍ନାରେ ଯୁବପିଢ଼ି, ମହିଳା ଓ ନବାଗତ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମତଦାତାମାନେ ଲାଇନ୍‌ ଲଗାଇଛନ୍ତି। ପୂର୍ବାହ୍‌ଣ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍‌ଣ ୫ଟା ଯାଏଁ ଜାରି ରହିବ। ଅତି ସମ୍ବେଦନଶୀଳ ସ୍ଥାନରେ ମତଦାନ ଅପରାହ୍‌ଣ ୪ଟାରେ ଶେଷ କରାଯିବାର ଲକ୍ଷ୍ୟ ରହିଛି। ତେବେ ନିର୍ଦ୍ଧାରିତ ସମୟ ସରିଗଲା ପରେ ଯଦି ମତଦାତାମାନେ ବୁଥ ପରିସରରେ ଥିବେ ସେମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ। 

ଆହୁରି ପଢ଼ନ୍ତୁ: Delhi Car Blast: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ: ୧୦ ଜଣଙ୍କ ମୃତ୍ୟୁ, ଶାହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

୩୫୮ କେନ୍ଦ୍ରରେ ମତଦାନ ଜାରି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି  ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।

ଆହୁରି ପଢ଼ନ୍ତୁ: BJD Chief Election Officer: ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ବିଜେଡିର ଅଭିଯୋଗ ଭିତ୍ତିହୀନ: ମୁଖ୍ୟ ନିର୍ବାଚନ ଅଧିକାରୀ

ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି। ପୋଲିଂଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପ୍‌ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍‌କୁ ଯାଇଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଏହି ୮ଟି ବୁଥ୍‌ ସୋସେଙ୍ଗ, ସୋସେଙ୍ଗ-୨, ଦେଓସିଲ, ସୁନାବେଡ଼ା, ସୁନାବେଡ଼ା-୧(ଏ), ଜାମଗାଁ, ଗାତିବେଡ଼ା-୧ ଓ ଗାତିବେଡ଼ା-୨ ବୁଥ୍‌କୁ ହେଲିକପ୍ଟରରେ ଆଜି ଦିନ ୧୨ଟାରେ ପୋଲିଂଦଳ ଯାଇଛନ୍ତି। ଇଭିଏମ୍‌ରେ କିପରି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ୧୧ ତାରିଖ ଅପରାହ୍‌ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ। ସମ୍ବେଦନଶୀଳ ବୁଥ୍‌ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଉପନିର୍ବାଚନକୁ ଦୃଷ୍ଟିରେ ରଖି ନୂଆପଡ଼ା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ ଜୋର୍‌ଦାର କରାଯାଇଛି। ଛତିଶଗଡ଼ ପଟୁ ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରତ୍ୟେକଟି ଯାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ମାଦକ ଦ୍ରବ୍ୟ କିମ୍ବା ଟଙ୍କା କାରବାର ଉପରେ କଡ଼ା ନଜର ରଖିଛନ୍ତି ସୁରକ୍ଷାକର୍ମୀ। ଉପନିର୍ବାଚନ ସମୟରେ କୌଣସି ହିଂସାତ୍ମକ କାର୍ଯ୍ୟକଳାପକୁ ଏଡ଼ାଇବାକୁ ସୁରକ୍ଷାବଳ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe