ସୁନ୍ଦରଗଡ଼: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଛନ୍ତି। ସମାବେଶସ୍ଥଳକୁ ପହଞ୍ଚି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ନିର୍ବାଚନ ଫଳାଫଳ ନେଇ ସୋସିଆଲ ମିଡିଆରେ ଭାଇରାଲ ମେମ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ମଞ୍ଚାସୀନ ଅଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ମଞ୍ଚାସୀନ ଅଛନ୍ତି। କାର୍ଯ୍ୟକ୍ରମରେ ବିଳମ୍ବ ଘଟିଥିବା ହେତୁ କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ କ୍ଷମା ପ୍ରାର୍ଥନା କରିଥିଲେ।
ଏହି ଖବର ପଢ଼ନ୍ତୁ: ସମ୍ଭାଲ ଜାମା ମସଜିଦ ସର୍ଭେକୁ ନେଇ ସାଂଘାତିକ ସ୍ଥିତି
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ସମୟ ନିର୍ଘଣ୍ଟ ଆସିଥିଲା। ସେଠାରୁ ସଡ଼କ ପଥରେ ଆସି ୧୧ଟା ୩୦ରେ ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତ ମୁଖ୍ୟମନ୍ତ୍ରୀ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ସମାବେଶରେ ଯୋଗ ଦେବାକୁ ସକାଳୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ମହିଳା ଆସିଥିଲେ।
ଏହି ଖବର ପଢ଼ନ୍ତୁ: ବୃଦ୍ଧ ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଲେ ଟିଟିଇ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଭା ପରେ ପ୍ରଦକ୍ଷଣ ଗୃହକୁ ଯିବେ। କିଛି ସମୟ ବିଶ୍ରାମ ପରେ ଅପରାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସଡ଼କ ପଥରେ ଝାରସୁଗୁଡ଼ା ଯାଇ ସେଠାରୁ ବିମାନରେ ଭୁବନେଶ୍ବର ଫେରିଯିବେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରୁ ସଡ଼କ ପଥରେ ଆସି ଉପମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୪ ଘଣ୍ଟା ସୁନ୍ଦରଗଡ଼ରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ପଇତାଲାଗି ନୀତି: ୪ ଘଣ୍ଟା ଜଗାଦର୍ଶନ ବନ୍ଦ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁନ୍ଦରଗଡ଼ ଜିଲାର ବିକାଶ ପାଇଁ ୬୯୨ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହାର ବ୍ୟୟ ଅଟକଳ ମୂଲ୍ୟ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କା। ସେହିପରି ସୁନ୍ଦରଗଡ ଜିଲାର ବିକାଶ ପାଇଁ ୨୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହାର ବ୍ୟୟ ଅଟକଳ ମୂଲ୍ୟ ୩୧୨ କୋଟି ୩ ଲକ୍ଷ ୧ ହଜାର ଟଙ୍କା।