ସ୍ଵର୍ଣ୍ଣ ପଦକ ବିଜୟିନୀ ପିଙ୍କି ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Advertisment

ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟିନୀ ପିଙ୍କି ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଣ୍ଣ ପଦକ ବିଜୟିନୀ ପିଙ୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟିନୀ ପିଙ୍କି ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଣ୍ଣ ପଦକ ବିଜୟିନୀ ପିଙ୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Mohan Charan Majhi

Mohan Charan Majhi Photograph: (Sambad )

ଭୁବନେଶ୍ବର: ମଧ୍ୟ ପ୍ରଦେଶର ଇନ୍ଦୋରରେ ଆୟୋଜିତ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟିନୀ ପିଙ୍କି ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଣ୍ଣ ପଦକ ବିଜୟିନୀ ପିଙ୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୯ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ସ୍ବର୍ଣ୍ଣ ପଦକ ପାଇବା ସହ ଚାମ୍ପିଅନ ହେବା ଆମ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି କହିଛନ୍ତି। ପ୍ରଥମ ଓଡ଼ିଆ ବଡ଼ି ବିଲ୍ଡର ଭାବେ ସେ ଆଗାମୀ ଏପ୍ରିଲ ମାସରେ ଓମାନରେ ହେବାକୁ ଥିବା ପ୍ରତିଯୋଗୀତାରେ ଐତିହାସିକ ବିଜୟ ହାସଲ କରିବେ ବୋଲି ମୋର ଦୃଢ ବିଶ୍ବାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ଜାତୀୟ ସୁନ୍ଦରସ୍ବାସ୍ଥ୍ୟ: ପିଙ୍କିଙ୍କୁ ସ୍ବର୍ଣ୍ଣ ପଦକ

୨୯ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିଙ୍କି ବେହେରା ସ୍ବର୍ଣ୍ଣ ପଦକ ପାଇବା ସହ ଚାମ୍ପିଅନ ଆକ୍ଷା ଅର୍ଜନ କରିବା ଆମ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି କହିଛନ୍ତି।

ଏହି ଖବର ପଢ଼ନ୍ତୁ: ‘ବଜେଟ୍‌ ପାଇଁ ସମସ୍ତେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ’

୨୮ ବର୍ଷୀୟା ପିଙ୍କି ମହିଳା ବିକିନି ପତ୍ରିଯୋଗିତାରେ ଚାମ୍ପିଅନ୍ ଅପ୍‌ ଚାମ୍ପିଅନ୍ସ ବିବେଚିତ ହୋଇ ‘ମିସ୍ ଇଣ୍ଡିଆ’ ମୁକୁଟ ବି ଜିତିଛନ୍ତି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୧୮ ରାଜ୍ୟରୁ ୧୨୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରେ ୨୯ ଜଣ ମହିଳା ବଡି ବିଲ୍ଡର ବି ସାମିଲ ଥିଲେ।

ଏହି ଖବର ପଢ଼ନ୍ତୁ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

ବିଗତ ୫ ବର୍ଷ ଧରି ପିଙ୍କି ଭୁବନେଶ୍ବର ଜାଗୁଆର୍ ଫିଟ୍‌ନେସ୍‌ ଲାଇଭ୍‌ର  ପ୍ରଶିକ୍ଷକ ଗୌରୀଶଙ୍କର ବେ‌ହେରାଙ୍କଠାରୁ ପ୍ରଶିକ୍ଷଣ ନେଇ ଖେଳ ଜୀବନ ଗଢ଼ିଛନ୍ତି। ଜାତୀୟ ମୁକୁଟ ବିଜୟିନୀ ହେବା ପରେ ପିଙ୍କିଙ୍କୁ ଅଲ୍‌ ଓଡ଼ିଶା ବଡ଼ି ବିଲ୍‌ଡିଂ ଆଣ୍ଡ୍ ଫିଟନେସ୍‌ ସଂଘର ସଭାପତି ଦାଶରଥି ଗରାବଡ଼ୁ, କାର୍ଯ୍ୟକାରୀ ସଭାପତି ସୁରେଶ ପଣ୍ଡା, ସାଧାରଣ ସମ୍ପାଦକ ଗୌରୀଶଙ୍କର ବେହେରା, ଉପ ସଭାପତି ମାନସ ରଂଜନ ଦାସ ପ୍ରମୁଖ ଅଭିନନ୍ଦନ ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

ଏହି ଖବର ପଢ଼ନ୍ତୁ: ଲୋକଙ୍କୁ ଠକିଛନ୍ତି ବଲିଉଡ ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe