Dacoits Arrested Brajarajnagar ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ,  ୨ ବାଇକ ସହ ମାରଣାସ୍ତ୍ର ଜବତ

ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗରରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।  

dacoits-brajarajnagar

dacoits-brajarajnagar Photograph: (Sambad.in)

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗରରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳୀନଗରର ଆଶିଷ ବେହେରା(୧୯), ଖଲିଆକାନୀର ଅଭିଷେକ ଭୋଇ (୨୨), କାଳୀନଗରର ବିଶାଲ ବେହେରା (୨୭) ଓ ଖଲିଆକାନିର ଅମୀର ମହାରାଣା (୨୪)।

ଆହୁରି ପଢ଼ନ୍ତୁ:ଦୀପାବଳିରେ ବଡ଼ଧରଣର ଅଗ୍ନିକାଣ୍ଡ, ରାତି ତମାମ ଜଳୁଛି କମ୍ପାନି

୩ ଟି ମୋବାଇଲ, ନଗଦ ୨୨୭୦ ଟଙ୍କା ଜବତ

ଘଟଣା ଷ୍ଟେଲରୁ ୩ ଟି ମୋବାଇଲ,  ନଗଦ ୨୨୭୦ ଟଙ୍କା, ୨ ଟି ବାଇକ ( ନମ୍ବର ଓଡ଼ି-୨୩-ଆର-୩୩୮୮, ଓଡ଼ି-୨୩-ଏସ-୨୫୩୭ ) , ଦୁଇଟି  ଖଣ୍ଡା, ଦୁଇଟି ଲୁହା ରଡ୍,  ଗୋଟିଏ ଛୁରୀ,  ଦୁଇଟି ଟର୍ଚ୍ଚଲାଇଟ୍, ୨ଟି ଖାଲି ମଦ ବୋତଲ, ପାଣି ବୋତଲ, ଡିସପୋଜଲ୍ ଗ୍ଲାସ୍ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।
 

ଆହୁରି ପଢ଼ନ୍ତୁ:ମା’ ଦକ୍ଷିଣ କାଳୀଙ୍କ ସାମ୍ବତ୍ସରିକ ପୂଜା, ମହା ଭୈରବୀ ବେଶରେ ଦର୍ଶନ ଦେବେ

୨ ଅଭିଯୁକ୍ତ ଖସିଯିବାରେ ସଫଳ

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ମଧ୍ୟରାତ୍ରିରେ ଓରିଏଣ୍ଟ ଥାନା ଏ ଏସ ଆଇ ପି ପଟେଲ କର୍ମଚାରୀମାନଙ୍କ ସହିତ ରାତ୍ରି ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଗଜପତିନଗର ପୋଖରୀ ନିକଟରେ ଅପରାଧୀମାନେ ଡକାୟତି କରିବା ପାଇଁ ମାରଣାସ୍ତ୍ର ଧରି ଏକତ୍ରିତ ହେଉଥିବା ବିଶ୍ୱସ୍ତ ସୂଚନା ପାଇଥିଲେ। ଏହି ସୂଚନା ପାଇ ରାତ୍ରି ପାଟ୍ରୋଲିଂ ଦଳ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରି  ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅନ୍ଧାରର ସୁଯୋଗ ପାଇ ୨ ଜଣ ଖସିଯିବାରେ ସଫଳ ହୋଇଥିଲେ। ପୁଲିସ ଦଳ ଦ୍ୱାରା ତଲାସି ପରେ ଅଭିଯୁକ୍ତମାନଙ୍କ ନିକଟରୁ ଉପରୋକ୍ତ ଜିନିଷ  ଜବତ କରାଯାଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe