Dead Body Of Woman Rescued ବନ୍ଦ ଘରଭିତରୁ ମହିଳାଙ୍କ ଗଳିତ ଶବ ଓ ସଂଜ୍ଞାହୀନ ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ

Advertisment

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ସନଯୋବ ଗ୍ରାମ ହନୁମାନ ମନ୍ଦିରପଡ଼ାରେ ରହୁଥିବା ରୁକ୍ମିଣୀ ଭୋଇ(୫୫)ଙ୍କର ଗଳିତ dead body ଓ ସଂଜ୍ଞାହୀନ ସ୍ୱାମୀଙ୍କୁ ଘରଭିତରୁ ପୁଲିସ ଉଦ୍ଧାର କରିଛି।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ସନଯୋବ ଗ୍ରାମ ହନୁମାନ ମନ୍ଦିରପଡ଼ାରେ ରହୁଥିବା ରୁକ୍ମିଣୀ ଭୋଇ(୫୫)ଙ୍କର ଗଳିତ dead body ଓ ସଂଜ୍ଞାହୀନ ସ୍ୱାମୀଙ୍କୁ ଘରଭିତରୁ ପୁଲିସ ଉଦ୍ଧାର କରିଛି।

Untitled-6.jpg

dead body of woman rescued at brajarajnagar Photograph: (SAMBAD.IN)

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ସନଯୋବ ଗ୍ରାମ ହନୁମାନ ମନ୍ଦିରପଡ଼ାରେ ରହୁଥିବା ରୁକ୍ମିଣୀ ଭୋଇ(୫୫) ଙ୍କର ଗଳିତ ଶବ ଘରଭିତରୁ ପୁଲିସ ଜବତ କରିଛି। ସେହି ଘରଭିତରୁ ସଂଜ୍ଞାହୀନ ଅବସ୍ଥାରେ ସ୍ୱାମୀ ଗୋବିନ୍ଦ ଭୋଇ(୬୧)ଙ୍କୁ ମଧ୍ୟ  ପୁଲିସ ଉଦ୍ଧାର କରିଛି। ତାଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପଡ଼ୋଶୀମାନଙ୍କ କହିବା ଅନୁସାରେ ସେମାନେ ପ୍ରାୟ ,୪ଦିନ ହେବ ବାହାରକୁ ବାହାରି ନଥିଲେ। ଆଜି ମଧ୍ୟାହ୍ନରେ ଗୋବିନ୍ଦଙ୍କ ଶାଳୀ ଆସିବାରୁ ଘରକବାଟ ବନ୍ଦ ଥିବା ଦେଖି  କବାଟ ବାଡ଼େଇଥିଲେ। ଗୋବିନ୍ଦ ଯଦିଓ କବାଟ ଖୋଲିଥିଲେ, ହେଲେ ଖୋଲିବା ପରେ ଘରଭିତରକୁ ଯାଇ ବେହୋସ ହୋଇପଡ଼ିଥିଲେ। ଘରଭିତରେ  ରୋଷେଇ ହୋଇଛି, କିନ୍ତୁ ସେ ଖାଇନାହାନ୍ତି।

ଆହୁରି ପଢ଼ନ୍ତୁ:MSME Minister ‘୫-ଜ’କୁ ସରକାରଙ୍କ ପ୍ରାଥମିକତା, କାରଖାନା କରିବାକୁ ସ୍ବଚ୍ଛ ଶକ୍ତି କମ୍ପାନିଙ୍କୁ ଆମନ୍ତ୍ରଣ

ସାଇଣ୍ଟିଫିକ ଟିମକୁ ତଦନ୍ତରେ ସହାୟତା ପାଇଁ ଡକାଯାଇଛି

ଅତ୍ୟଧିକ ମଦ୍ୟପାନ କରି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ ଟିମକୁ ତଦନ୍ତରେ ସହାୟତା ପାଇଁ ଡକାଯାଇଛି। ଖବର ପାଇ ଓରିଏଣ୍ଟ ପୁଲିସ ଓ ବ୍ରଜରାଜନଗର ଏ ସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ:39 Poachers Surrendered ଶିମିଳିପାଳ ଅଭୟାରଣ୍ୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୭ ଶିକାରୀ, ୯ଟି ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe