Dhenkanal Bandh: ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟ୍‌କୁ ନେଇ ଢେଙ୍କାନାଳ ବନ୍ଦ ଡାକରା

ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ today ସକାଳ ସାଢେ ୬ଟାରୁ ଢେଙ୍କାନାଳ ବନ୍ଦ ପାଳନ ଆରମ୍ଭ ହୋଇଛି। ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟ୍‌କୁ ନେଇ ବନ୍ଦ ଡାକରା ଦିଆଯାଇଛି।

tpcl3

dhenkanal bandh Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସକାଳ ସାଢେ ୬ଟାରୁ ଢେଙ୍କାନାଳ ବନ୍ଦ ପାଳନ ଆରମ୍ଭ ହୋଇଛି। ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ସହର ଉପକଣ୍ଠ କଣ୍ଟାନାଳୀ ବାଇପାସ ଠାରେ ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ିମଟର ଅଟକି ରହିଛି।

ରେଳ ରୋକ କରିଛନ୍ତି ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ

 ଏକ ଦଳ ରେଳ ଷ୍ଟେସନ ଠାରେ ପହଞ୍ଚି ରେଳ ରୋକ କରିଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ଦୋକାନ ବଜ଼ାର ବନ୍ଦ ରହିଛି। ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟ୍‌କୁ ନେଇ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଓକିଲ ସଂଘର ଆହ୍ବାନ କ୍ରମେ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ, ଅନୁଷ୍ଠାନ ଓ ସଂଗଠନ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍‌ ଶୀଘ୍ର ହେବ କାର୍ଯ୍ୟକାରୀ

ଆହୁରି ପଢ଼ନ୍ତୁ: Murder Attempt: ତିନି ବର୍ଷୀୟ ଶିଶୁକୁ ହତ୍ୟା ଉଦ୍ୟମ, ସିସିଟିଭିରେ ଲୋମହର୍ଷଣର ଦୃଶ୍ୟ କଏଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe