ପୁରୀ: କ୍ୟାଲେଣ୍ଡର ବର୍ଷ-୨୦୨୪ର ସମୟ ସରିସରି ଆସୁଛି। ଏହାର ସ୍ଥାନ ନେବାକୁ ଯାଉଛି ବର୍ଷ-୨୦୨୫। ଏଥି ପାଇଁ ସ୍କୁଲ ପିଲାଙ୍କ ଠାରୁ ନେଇ ଯୁବଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି। ଧାର୍ମିକସ୍ଥଳରେ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ। ବର୍ତ୍ତମାନ ସୁଦ୍ଧା ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ଆଜି (ମଙ୍ଗଳବାର) ଓ କାଲି (ବୁଧବାର) ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।
ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ।
-ଅରବିନ୍ଦ ପାଢ଼ୀ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଏହି ଖବର ପଢ଼ନ୍ତୁ: ନ୍ୟୁଜିଲାଣ୍ଡରେ ନୂଆବର୍ଷର ଆଗମନ
ନୂଆବର୍ଷ ଅବସରରେ ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଶ୍ରୀମନ୍ଦିେର ଅଧିକ ଭିଡ଼ ହେବ ବୋଲି ସମ୍ଭାବନା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ, ଦୁଇଦିନ ଧରି ଶ୍ରୀମନ୍ଦିରରେ ଭକ୍ତମାନେ ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ କରିବେ।
ଏହି ଖବର ପଢ଼ନ୍ତୁ: ଜିରୋ ଆୱାର୍ ସେଲିବ୍ରେସନ୍କୁ ନେଇ କଟକଣା: ମଦପିଇ ଗାଡ଼ି ଚଳାଉଥିଲେ ଜରିମାନା, ଡିଏଲ୍ ବାତିଲ
ଶ୍ରଦ୍ଧଶଳୁମାନେ ଦର୍ଶନ ସାରି ଉତ୍ତର, ଦକ୍ଷିଣ ଓ ପଶ୍ଚିମଦ୍ବାରରେ ପ୍ରସ୍ଥାନ କରିବେ। ପହିଲି ଭୋଗ ନୀତି ଚାଲିଥିବାରୁ ନୀତିକାନ୍ତି ସଅଳ ହେଉଛି। ଏଣୁ ଭକ୍ତମାନେ ଯେପରି ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବେ ସେ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍ ଛକଠାରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଭିଡ଼କୁ ଦୃଷ୍ଟିରେ ରଖି ୯୦ ପୁଲିସ ଅଧିକାରୀ ଓ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ଓଏସ୍ଏପି, ଆଇଆର୍ବିଙ୍କ ସମେତ ପ୍ରତିହାରୀ ସେବାୟତଙ୍କୁ ବି ନିୟୋଜିତ କରାଯାଇଛି। ସହର ପ୍ରମୁଖ ଛକମାନଙ୍କରେ ଭିଡ଼ ବଢ଼ି ଚାଲିଥିବାରୁ ଗାଡ଼ିମୋଟର ଚଳାଚଳରେ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲଗାଯାଇଛି। ସହର ପ୍ରମୁଖ ପ୍ରବେଶ ପଥରେ ବିଭିନ୍ନ ଦିଗରେ ଆସୁଥିବା ଗାଡ଼ିକୁ ଭିନ୍ନ ଭିନ୍ନ ଦିଗକୁ ଡାଇଭର୍ଟ କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ ଜେଲ୍ ରୋଡ୍ ପାର୍କିଂ, ବଡ଼ଦାଣ୍ଡ ଶରଧାବାଲିଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି।