ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗ ସମୂହର ବିକାଶ ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ବିଜେପି ସାଂସଦମାନେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। 

Advertisment

ଏହି ଖବର ପଢ଼ନ୍ତୁ: ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା

ଏ ସମ୍ପର୍କରେ  ଶ୍ରୀ  ପ୍ରଧାନ ସୂଚନା ଦେଇଛନ୍ତି ଯେ “ପୂର୍ବୋଦୟ” ମିସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶାର ସାମଗ୍ରିକ ବିକାଶ ବିଶେଷ ଭାବରେ ପାରାଦୀପ ବନ୍ଦରକୁ ଅତ୍ୟାଧୁନିକ ବନ୍ଦରରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର। ଆଜିର ବୈଠକରେ ଓଡ଼ିଶାରେ ବନ୍ଦର ଗୁଡିକର ତ୍ୱରିତ ବିକାଶ ପାଇଁ ଆଲୋଚନା ହୋଇଛି। ସେହିପରି ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ମତ୍ସ୍ୟ ବିଭାଗ ସହ ମିଶି ରାଜ୍ୟ ଓ ଦେଶ ବାହାରକୁ ସାମୁଦ୍ରିକ ସାମଗ୍ରୀର ରପ୍ତାନୀ କରିବା ତଥା ମତ୍ସ୍ୟଜୀବୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ବିସ୍ତୁତ ଆଲୋଚନା ହୋଇଛି।

ଏହି ଖବର ପଢ଼ନ୍ତୁ: ଆଧାର କାର୍ଡ ମାଗଣା ଅପଡେଟ୍ ଡିସେମ୍ବର ୧୪ରେ ଶେଷ

ନଦୀ ଜଳମାର୍ଗର ବିକାଶ ପାଇଁ ଦୀର୍ଘମୀ ଆଦି ଯୋଜନା ନେଇ ଡିପିଆର ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ଅବଗତ କରାଇଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଗରମାଳା ପ୍ରକଳ୍ପ ସହ ଜାତୀୟ ଜଳମାର୍ଗ ୫ର ତ୍ୱରିତ ବିକାଶ ତଥା ବିଭିନ୍ନ ପର୍ଯ୍ୟାୟରେ ତାଳଚେର, ପାରାଦୀପ ଏବଂ ଧାମରା ବନ୍ଦର ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର ସଂଯୋଗୀକରଣ ଉପରେ ଫଳପ୍ରଦ ଆଲୋଚନା ହୋଇଛି।  

ଏହି ଖବର ପଢ଼ନ୍ତୁ: କୋର୍ଟରେ ହାଜର ହେଲେ ସାଂସଦ

ଓଡ଼ିଶାରେ ଜାହାଜ ଶିଳ୍ପରେ କାମ କରୁଥିବା ଯୁବକ ଯୁବତୀମାନଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ ସ୍କିଲିଂ ତଥା ଦକ୍ଷ କରିବା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ଓଡ଼ିଶାରେ ସାମୁଦ୍ରିକ କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ଉପଯୋଗ କରି ଏହାର ସାମଗ୍ରିକ ଓ ସ୍ଥାୟୀ ବିକାଶ ମାଧ୍ୟମରେ ରାଜ୍ୟରେ ବନ୍ଦର ଆଧାରିତ ଅର୍ଥନୀତିର ବିକାଶ କରିବା ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ । ଓଡ଼ିଶାରେ ଏହି ସବୁ କାର୍ଯ୍ୟକୁ ଗୁରୁତର ସହ ନେଇ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନଓ୍ୱାଲଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। 

ଓଡ଼ିଶାର ପାରାଦୀପ ବନ୍ଦର ଦେଶର ସବୁଠୁ ବୃହତ୍ତମ ବନ୍ଦର ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପାରାଦୀପ ବନ୍ଦରର ସାମଗ୍ରିକ ବିକାଶ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭାରତୀୟ ଜଳମାର୍ଗର ବିକାଶ ନେଇ କଣ ଯୋଜନା କରିହେବ, ସେ ସମ୍ପର୍କରେ ଓଡ଼ିଶାର ସାଂସଦମାନଙ୍କ ସହ ଆଲୋଚନା ହୋଇଛି। 

-ସର୍ବାନନ୍ଦ ସୋନଓ୍ୱାଲ, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ 

ଏହି ଅବସରରେ ଓଡ଼ିଶାର ସାଂସଦମାନେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ଉତ୍କର୍ଷ ଉତ୍କଳ ନିବେଶ ସମ୍ମିଳନୀରେ ସାମିଲ ହେବା ପାଇଁ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ଷ୍ଟେକହୋଲଡର, ନିବେଶକ ମାନଙ୍କୁ ପଠାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।  

ଏହି ଖବର ପଢ଼ନ୍ତୁ: ୨୦୨୪ରେ ରେକର୍ଡ ଭାଙ୍ଗିଛି ତାତି