Eucalyptus Cultivation on Govt Land at rayagada Photograph: (sambad.in)
ରାୟଗଡ଼ା: ୟୁକାଲିପଟାସ ବା ନୀଳଗିରି ଗଛ ପରିବେଶ ପାଇଁ ବିପଦ ସାଜିଥିବା ନେଇ ଆଲୋଚନା ହୋଇ ତର୍କ ବିତର୍କ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲାରେ କିନ୍ତୁ ଦିନକୁ ଦିନ ଏହି ବୃକ୍ଷର ଚାଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏପରିକି କିଛି ବ୍ୟକ୍ତି ଏହି ଚାଷ ସରକାରୀ ଜମିରେ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଜଙ୍ଗଲ ପଦା କରି ନୀଳଗିରି ଚାଷ କରିଥିବା ଦେଖିବାକୁ ମିଳିଛି। ରାୟଗଡ଼ା ସଦର ବ୍ଲକର ବହୁ ଅଞ୍ଚଳରେ ନୀଳଗିରି ଚାଷ ବେଆଇନ ଭାବେ ଚାଷ ହେଉଥିବା ଦେଖିବାକୁ ମିଳିଛି ।
ସବୁଠାରୁ ଚିନ୍ତାର ବିଷୟ ଏନେଇ ନା ଜଙ୍ଗଲ ବିଭାଗରେ ଖବର ରହୁଛି ନା ରାଜସ୍ବ ବିଭାଗରେ। ଜଙ୍ଗଲ କଟାହୋଇ ନୀଳଗିରି ଚାଷ ହେଉଥିବା ଜ୍ବଳନ୍ତ ଦୃଶ୍ୟ ରାୟଗଡ଼ା ବ୍ଲକ ମାଟିକଣା ଆଦର୍ଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ପରିବେଶ ବିଶେଷଜ୍ଞମାନେ ନୀଳଗିରି ବୃକ୍ଷ ସଂପର୍କରେ କୁହନ୍ତି ଯେ ନୀଳଗିରି ବୃକ୍ଷ ଯେଉଁଠାରେ ଦେଖାଯାଏ ସେହି ଅଞ୍ଚଳରେ ଭୂତଳ ଜଳ ନିମ୍ନଗାମୀ ହେବା ସହ ଅନ୍ୟାନ୍ୟ ଚାଷ ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିତର୍କ ମଧ୍ୟ ଚାଲିଛି । ଏନେଇ ରାୟଗଡ଼ା ସ୍ବଂୟସହାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପରିବେଶବିତ ଡ ପ୍ରସନ୍ନ କୁମାର ଗନ୍ତାୟତ କହିଛନ୍ତି କିଛି ବର୍ଷ ହେଲା ଲୋକ ମାନେ ୟୁକାଲିପଟାସ ବୃକ୍ଷକୁ ବିଭିନ୍ନ ଖାଲି ସ୍ଥାନରେ ଅର୍ଥ ରୋଜଗାର ପାଇଁ ଲଗାଉଛନ୍ତି । ନୀଳଗିରି ବୃକ୍ଷ କମ ମାଟିରେ ଦ୍ରୃତ ଗତିରେ ବଢ଼ିଥାଏ ଏବଂ ଏହାକୁ ପରବର୍ତି ଯତ୍ନ ବିଶେଷ ନେବାକୁ ପଡିନଥାଏ । ଏଭଳି ବୃକ୍ଷ ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ପୂର୍ବଭଳି ବିଭିନ୍ନ ଡାଲି ଜାତୀୟ ଶସ୍ୟ ଚାଷ କମିବା ସହ ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇଥିବା ସରକାରୀ ତଥ୍ୟରୁ ଜଣାପଡିବ ବୋଲି ଶ୍ରୀ ଗନ୍ତାୟତ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ Shreemayee Mishra, BJD: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !
ସରକାରୀ ଜମିରେ ଚାଷ ହେଉଥିବା ସଂପର୍କରେ ରାଜସ୍ବ ବିଭାଗ ନିକଟରେ କୌଣସି ଅଭିଯୋଗ କିମ୍ବା ସୂଚନା ନଥିବା ବେଳେ ରାୟଗଡ଼ା ବନାଞ୍ଚଳର ରେଞର କାମେଶ୍ବର ଆଚାରୀ ପ୍ରକାଶ କରି କହିଛନ୍ତି ଜଙ୍ଗଲ କଟା ହୋଇ ନୀଳଗିରି ଚାଷ ହେଉଥିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ ଯଦି ଏଭଳି ହୋଇଛି ମାନେ ଆମେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
ଆହୁରି ପଢ଼ନ୍ତୁ 48 sand loaded trucks seized jagatsinghpur ଗୋଟିଏ ରାତିରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ: ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ଧରାପଡ଼ିଲା, ୧୦ ଅଟକ
ପାରମ୍ପରିକ ଚାଷ ବହୁମାତ୍ରାରେ ହ୍ରାସ
ରାୟଗଡ଼ା ଜିଲ୍ଲାରେ ହଜାର ହଜାର ଏକର ଜମିରେ ନୀଳଗିରି ଚାଷ ହେଉଥିବା ନେଇ ଜଣେ କୃଷି ବିଭାଗର ପୂର୍ବତନ କର୍ମଚାରୀ ପ୍ରକାଶ କରିବା ସହ ନୀଳଗିରି ଏବଂ କପା ଚାଷ ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବା ଯୋଗୁଁ ବହୁ ପାରମ୍ପରିକ ଚାଷ ବହୁମାତ୍ରାରେ ହ୍ରାସ ପାଇଥିବା କହିଛନ୍ତି। ନିକଟରେ ରାୟଗଡ଼ା ଜିଲ୍ଲାରେ ଭୂତଳ ଜଳ ବିପଜ୍ଜନକ ଭାବେ ହ୍ରାସ ପାଉଥିବା ନେଇ ସରକାର ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ନୀଳଗିରି ଗଛ ସ୍ଥାନୀୟ କାଗଜ କଳରେ କାଗଜ ଉତ୍ପାଦନ ପାଇଁ ଲାଗୁଥିବା ବେଳେ ବାହାର ରାଜ୍ୟକୁ ମଧ୍ୟ ଯାଉଥିବା ସୂଚନାରୁ ଜଣାପଡିଛି ।
Follow Us