ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇପାରିବେ। ଏହି ମତାମତ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ପଠାଇ ପାରିବେ।

ଅଦ୍ୟତନ ହୋଇଛି
Lok seba bhaban

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇପାରିବେ। ଏହି ମତାମତ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ସଂପୃକ୍ତ ବିଭାଗ ଅନୁରୋଧ କରିଛି।

ଏହି ଖବର ପଢ଼ନ୍ତୁ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍

ଜନସାଧାରଣ ଓ ଅନ୍ୟ ସଂଗଠନ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇପାରିବେ ବୋଲି କୁହାଯାଉଛି।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛି। ଏହା ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ। ଜନସାଧାରଣ ଓ ଅନ୍ୟ ସଂଗଠନ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇପାରିବେ ବୋଲି କୁହାଯାଉଛି। ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇ-ମେଲ୍ odisha.budget@gov.inରେ ପଠାଇପାରିବେ। ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ ଓ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ (ଏକ୍ସ,ଫେସବୁକ, ଇନଷ୍ଟାଗ୍ରାମ) ଦ୍ୱାରା ମଧ୍ୟ ପଠାଇପାରିବେ।

ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ

ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୪-୨୫ରେ ମୋହନ ମାଝୀ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଆଗାମୀ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହରେ ଉପସ୍ଥାପନ ହୋଇପାରେ। 

ଏହି ଖବର ପଢ଼ନ୍ତୁ: ମହାକାଶରେ ମୁଁ ସବୁଠାରୁ ବେଶୀ ଖୁସରେ ରହିଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe