ରେଳସାଇଡିଂରେ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମ୍ୟାନେଜର ଦାୟୀ: ଆଦିତ୍ୟ ଚୌଧୁରୀ

ସ୍ଥାନୀୟ ବାସନ୍ତୀ କଲୋନିର ମାଲଗୋଦାମ ବସ୍ତିକୁ ବୁଧବାର ସକାଳୁ ଏକ ମାଲବାହୀ ଟ୍ରେନ୍‌ର ୩ ବଗି ମାଡ଼ିଯିବା ଘଟଣାରେ ରେଳବାଇ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାକୁ ଗୁରୁତ୍ବ ମନେ କରି ରେଳବାଇ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରିଛି।

Rourkela station

Rourkela station Photograph: (sambad.in)

ରାଉରକେଲା: ସ୍ଥାନୀୟ ବାସନ୍ତୀ କଲୋନିର ମାଲଗୋଦାମ ବସ୍ତିକୁ ବୁଧବାର ସକାଳୁ ଏକ ମାଲବାହୀ ଟ୍ରେନ୍‌ର ୩ ବଗି ମାଡ଼ିଯିବା ଘଟଣାରେ ରେଳବାଇ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାକୁ ଗୁରୁତ୍ବ ମନେ କରି ରେଳବାଇ  ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ବ୍ୟକ୍ତିଙ୍କ ମଧ୍ୟରେ  ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡ ଓ ସେଣ୍ଟ୍ରିଂ କର୍ମଚାରୀ ଅଛନ୍ତି।

ଚକ୍ରଧରପୁର ଡିଭିଜନର ବରି‌ଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ କହିଛନ୍ତି ଏହି ଘଟଣା ପାଇଁ ଷ୍ଟେସନ ମ୍ୟାନେଜର ପିକେ ଦାସ ଦାୟୀ। ଏଥି ପାଇଁ ପିକେ ଦାସଙ୍କ ‌ସମେତ ମୋଟ୍‌ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ବର୍ତ୍ତିଲେ ବସ୍ତିବାସିନ୍ଦା ଓ ଦୋକାନୀ

ସୂଚନାଯୋଗ୍ୟ, ମାଲ୍‌ଗୋଦାମ ଏଫ୍‌ସିଆଇ ବସ୍ତିରେ ଗତକାଲି ସକାଳ ପ୍ରାୟ ୬ଟା ୧୦ ମିନିଟ୍‌ରେ ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍‌ ଗୋଟିଏ ଲାଇନ୍‌ରୁ ଅନ୍ୟ ଲାଇନ୍‌କୁ ସଣ୍ଟିଂ(ପଛକୁ) କରାଯାଉଥିଲା। ହେଲେ ମାଲ୍‌ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍‌ ବ୍ରେକ୍‌ ଲଗାଇବା ପୂର୍ବରୁ ୪ଟି ବଗି (କଣ୍ଟେନର୍‌) ରାସ୍ତା ଅତିକ୍ରମ କରି ବସ୍ତିସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା। ଚା’ ଦୋକାନୀଙ୍କ ଯୋଗୁ ବଡ଼ଧରଣ ଦୁର୍ଘଟଣା ଟଳିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବସ୍ତିବାସିନ୍ଦା। ହେଲେ ଟ୍ରେନ୍‌ ଧକ୍କାରେ ଚୂର୍‌ମାର୍‌ ହୋଇଯାଇଥିଲା ଅଟୋ, ଦୁଇଟି ବାଇକ୍‌, ୧୦ରୁ ଅଧିକ ଉଠା ଦୋ‌କାନ। ଆଉ ମାତ୍ର ୮ ଫୁଟ୍‌ ମାଡ଼ି ଯାଇଥିଲେ, ବସ୍ତିରେ ଶୋଇଥିବା ଅନେକଙ୍କ ଜୀବନ ଚାଲିଯାଇଥାନ୍ତା।

ଏହି ଖବର ପଢ଼ନ୍ତୁ: ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ

ରାଉରକେଲା ବାସନ୍ତୀ କଲୋନି ମାଲଗୋଦାମ ନିକଟରେ ରେଳସାଇଡିଂ ରହିଛି। ପ୍ରତିଦିନ ଏଠାରୁ ଏକାଧିକ ମାଲଗାଡ଼ିରେ ସିମେଣ୍ଟ, ଇନ୍‌ଗଡ୍‌ ଲୋଡିଂ ହୋଇ ରାଜ୍ୟ ଓ ରାଜ୍ୟବାହାକୁ ପଠାଯାଏ।

ଏହି ଖବର ପଢ଼ନ୍ତୁ: ଡାକ୍ତରଖାନାରେ ଖସିପଡ଼ିଲେ ରୋଗୀ; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିଥିଲେ। ତିନି ଅଧିକାରୀଙ୍କୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ଷ୍ଟେସନ୍‌ ମ୍ୟାନେଜର ପି.କେ. ଦାସଙ୍କୁ ସାର୍‌ଡେଗାକୁ ବଦଳି କରାଯାଇଥିଲା। ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ରେଳସାଇଡିଂକୁ ମାଲ୍‌ଗୋଦାମରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ହେଲେ ମାଲ୍‌ଗୋଦାମ ରେଳସାଇଡିଂରେ ଏହି ପ୍ରଥମ ଦୁର୍ଘଟଣା ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। କ୍ଷତିଗ୍ରସ୍ତ ଅଟୋ, ବାଇକ୍‌ ଓ ଉଠା ଦୋକାନ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।  

ଏହି ଖବର ପଢ଼ନ୍ତୁ: ୧୩ ଫେବ୍ରୁଆରିରୁ ବିଧାନସଭା ବ‌ଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe