ଶୁଭ ସକାଳ...
ସକାଳର ଚା’ ସହିତ sambad.inରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଖବର ଉପରେ ନଜର ପକାନ୍ତୁ।
-ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା।
-ରାଜସ୍ଥାନର ଅନ୍ତର୍ଜାତୀୟ ସୀମାରେ ବିଏସ୍ଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ, ପାକିସ୍ତାନୀ ରେଞ୍ଜର ଗିରଫ
-ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପିଛା ୪୦ ରୁ ୫୦ କିମି ରହିବାର ସମ୍ଭାବନା ରହିଛି।
କଂଗ୍ରେସ ଖଣି କମିଟି ଚକିତ
ସୁନ୍ଦରଗଡ଼: ଓଡ଼ିଶା ପିସିସି ଖଣି କମିଟି ଶନିବାର ଦିନ ସୁନ୍ଦରଗଡ଼ ଗସ୍ତରେ ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳରେ ହୋଇଥିବା ଖଣିଜ ଲୁଟ୍ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ। ଏହି ଅବସରରେ ଶାହା କମିସନଙ୍କ ଭଳି ଏକ ସ୍ବତନ୍ତ୍ର କମିସନ ଗଠନ କରି ଖଣି ଚୋରିର ତଦନ୍ତ କରାଯିବାକୁ କମିଟି ଦାବି ରଖିଛି। ସୁନ୍ଦରଗଡ଼ରେ ରାଜ୍ଯର ସବୁଠୁ ବଡ଼ ଖଣିଜ କେଳେଙ୍କାରୀ ସମ୍ବାଦ ଓ କନକନ୍ୟୁଜ ପ୍ରଥମେ ସାମ୍ନାକୁ ଆଣିବା ପରେ ହଇଚଇ ଖେଳି ଯାଇଥିଲା। ବିଭିନ୍ନ ସ୍ତରରେ ତଦନ୍ତ, ନିରୀକ୍ଷଣ ଓ ଖଣି ମନ୍ତ୍ରୀଙ୍କ ପରିଦର୍ଶନ ପରେ ମଧ୍ଯ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଅଧିକ ପଢ଼ନ୍ତୁ...
ମୋଦୀଙ୍କୁ ଭେଟିଲେ ଓମାର୍
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା ଏବଂ ଏହି ବୈଠକ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ସୂତ୍ର ଅନୁଯାୟୀ, ଆକ୍ରମଣ ପରେ ସୃଷ୍ଟି ହେଉଥିବା ପରିସ୍ଥିତି ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅଧିକ ପଢ଼ନ୍ତୁ...
ପରିଚୟ ଲୁଚାଇ ବାସ
ମୁମ୍ବାଇ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଦେଶରେ ଲୁଚି ରହିଥିବା ବେଆଇନ ପାକିସ୍ତାନୀ ଏବଂ ବାଂଲାଦେଶୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଚାଲିଛି। ପୁଲିସ ପୂର୍ବରୁ ଗୁଜୁରାଟର ଅହମ୍ମଦାବାଦରୁ ୧୨୦୦ ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ ରଖାଯାଇଥିଲା। ଏହା ପରେ, ପୁଲିସ ଏବେ ମୁମ୍ବାଇରୁ ୬୦ରୁ ଅଧିକ ବାଂଲାଦେଶୀଙ୍କୁ ଗିରଫ କରିଛି। ଅଧିକ ପଢ଼ନ୍ତୁ...
ସୌରଶକ୍ତିରେ ଚାଲିବ ଅଫିସ୍
ଭୁବନେଶ୍ବର: ରାଜ୍ୟ ସରକାର ବୈଦ୍ୟୁତିକ ଯାନବାହନ ଚଳାଚଳ ବୃଦ୍ଧି ପାଇଁ ନୂତନ ପଲିସି ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିକ ପରିମାଣରେ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ନୂତନ ଇଭି ପଲିସି ଆସିବ। ଅଧିକ ପଢ଼ନ୍ତୁ...
ପଢ଼ନ୍ତୁ ଚର୍ଚ୍ଚିତ ଖବର
-ଦୋଷୀକୁ ଦଣ୍ଡ ଦାବି
-୩ ଜଣ ଶ୍ରମିକଙ୍କ ମୃତ୍ୟୁ
-ଏହି କ୍ଷେପଣାସ୍ତ୍ର କାହିଁକି
-ବନ୍ଦ ହେଲା ହଜାରେ ମଦ୍ରାସା
ଏହି ଖବର ପଢ଼ନ୍ତୁ
-ବିଧାୟକଙ୍କୁ ଉଠାଇନେଲା ପୁଲିସ
-ଉଡ଼ୁନାହାନ୍ତି ୟୁରୋପୀୟ ଏୟାରଲାଇନ୍ସ
-ଯୁଦ୍ଧ ପୂର୍ବରୁ ହାରିଲା ପାକିସ୍ତାନ
-ଏହି ଫିଲ୍ମରେ ନଜର ଆସିବେ ଦୀପିକା
Good morning