Heavy Rain At Gajapati: ଗଜପତି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି, ଦୁଇଟି ସ୍ଥାନରେ ବଡ଼ ଧରଣର ଭୁସ୍ଖଳନ

ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ତୁହାକୁ ତୁହା rain ଜାରି ରହିଛି। ପ୍ରବଳ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନର ଚିତ୍ର ସାମ୍ନାକୁ ଆସୁଛି। ଦୁଇଟି ସ୍ଥାନରେ ବଡ଼ ଧରଣର ଭୁସ୍ଖଳନ ଘଟିଛି।

gajapati rain

gajapati rain Photograph: (SAMBAD.IN)

ପାରଳାଖେମୁଣ୍ଡି: ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନର ଚିତ୍ର ସାମ୍ନାକୁ ଆସୁଛି। ରାୟଗଡ଼ ବ୍ଳକ ଅନ୍ତର୍ଗତ ଏସ୍ କରଡାସିଂ ପଞ୍ଚାୟତର ବଣ୍ଡା ଓ ଖିଲିଙ୍ଗି ଅଞ୍ଚଳକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ଘାଟି ଉପରେ ଦୁଇଟି ସ୍ଥାନରେ ବଡ଼ ଧରଣର ଭୁସ୍ଖଳନ ଘଟିଛି। ଘାଟି ରାସ୍ତାର ଦୁଇଟି ବୁଲାଣିର ପ୍ରାୟ ଶହେ ମିଟରରୁ ଅଧିକ ରାସ୍ତା ମାଟି ଅତଡା ରେ ପୋତି ହୋଇଯାଇଛି ଫଳରେ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ସକାଳ ପ୍ରାୟ ସାତ ଘଣ୍ଟା ସମୟରେ ଏହି ଭୁସ୍ଖଳନ ହୋଇଥିବା ବେଳେ ସମାନ ରାସ୍ତାରେ ଆଉ ଏକ ଭୁସ୍ଖଳନ ହେବା ଫଳରେ ରାସ୍ତା ସଫା କରିବା ପାଇଁ ଆସିଥିବା ଅଧିକାରୀ, କର୍ମଚାରୀ ଓ ଜେସିବି ମଧ୍ୟ ଦୀର୍ଘ ସମୟ ଫସି ରହିଛି ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ

 ଖବର ପାଇ ଆଉ ଏକ ଜେସିବି ଘଟଣା ସ୍ଥଳକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆସୁଥିବା ଜଣାପଡିଛି। ପୁର୍ବରୁ ଭୁସ୍ଖଳନର ସମ୍ଭାବନା ଥିବା ଦୃଷ୍ଟିରୁ କରଡାସିଂ ପଞ୍ଚାୟତର କଣ୍ଟ୍ରୋଲ ରୁମରେ ଜେସିବି ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଥିଲେ। ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କାର୍ଯ୍ୟରେ ଲାଗିଥିବା ବେଳେ ଅଧିକ ମାତ୍ରାରେ ପାହାଡ଼ ଧସି ଥିବାରୁ ରାସ୍ତା ଅବରୋଧ ହଟାଇବା ପାଇଁ ବହୁ ସମୟ ଲାଗିବ। ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷା ଫଳରେ ପାହାଡ଼ର ମାଟି ହାଲକା ହୋଇ ରହିଥିବା ବେଳେ ଆହୁରି ଅନେକ ସ୍ଥାନରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି।

Gajapati | Heavy Rain 

ଆହୁରି ପଢ଼ନ୍ତୁ: ବର୍ତ୍ତିଗଲା ଓଡ଼ିଶା: ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’

ଆହୁରି ପଢ଼ନ୍ତୁ: cyclone Montha Compensation Soon: ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ, ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe