Elephant Death Firing ବନ୍ଧୁକରେ ହାତୀ ଶିକାର, ଶିକାରୀଙ୍କ ଗୁଳି ମାଡ଼ରେ ଟଳିଲା ଦନ୍ତା

Advertisment

ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି। ସପ୍ତାହେ ହେଲା ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ elephantକୁ ହତ୍ୟା କରାଯାଇଛି।

ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି। ସପ୍ତାହେ ହେଲା ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ elephantକୁ ହତ୍ୟା କରାଯାଇଛି।

elephant

Elephant Death Firing Photograph: (Sambad.in)

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି। ସପ୍ତାହେ ହେଲା ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ ଦନ୍ତାକୁ ହତ୍ୟା କରାଯାଇଛି।

ମାଣିକଯୋଡି ଗାଁ ନିକଟରେ ଅଘଟଣ

ସୂଚନା ମୁତାବକ, ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ମାଣିକଯୋଡି ଗାଁ ନିକଟରେ ଅଘଟଣ ଘଟିଛି। ଏକ ଦନ୍ତା ହାତୀ ମାଣିକଯୋଡି ଗାଁର ବଳିଆପଶି ଅଞ୍ଚଳକୁ ଆସିଥିବା ବେଳେ ଶିକାରୀମାନେ ତାକୁ ଗୁଳି କରିଥିଲେ। ଫଳରେ ହାତୀଟି ଗୁଳି ମାଡ଼ରେ ଟଳି ପଡିଥିଲା।

ଆହୁରି ପଢ଼ନ୍ତୁ: Press Meet Md Mokim ଯାହା କରିଛି ସେଥିଲାଗି ଅନୁତାପ କରୁନି: ମହମ୍ମଦ ମୋକିମ୍

ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିବା ପରେ ରେଞ୍ଜରଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ବାଘ ପରେ ହାତୀକୁ ହତ୍ୟା ଘଟଣା ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି।

ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ

 ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡ଼ିଥିଲା କଲରାପତରିଆ ବାଘ। ପୂର୍ବ ରାତିରେ ଏହି ବାଘ ଶିକାରୀ ଫାସରେ ପଡ଼ିଥିବା ବେଳେ ଗତ ୯ ତାରିଖରେ ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ତେବେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। 

ଆହୁରି ପଢ଼ନ୍ତୁ: AIIMS–ICMR Study : ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ

ସୂଚନା ମୁତାବକ, ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି। ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ଫାସ ବିଛାଇ ଥିବା ବେଳେ ବିଳମ୍ବିତ ରାତିରେ କଲରାପତରିଆ ବାଘ ଫାସରେ ପଡିଥିଲା।

 ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରୀ ଟିମ ସେଠାରେ ପହଞ୍ଚି ଟ୍ରାଙ୍କୁଲାଇଜ କରିବା ପରେ ଫାସରୁ ବାଘକୁ ଉଦ୍ଧାର କରିଥିଲେ। କିନ୍ତୁ ପରେ ତାର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe