NIT Agriculture Research: କୃଷି ଉତ୍ପାଦକତା ବଢ଼ାଉଛି ଇଣ୍ଟରନେଟ୍‌ ଓ ନବୀକରଣୀୟ ଶକ୍ତି, ଏନଆଇଟି-ତୁର୍କୀ ଗବେଷକଙ୍କ ଯୁଗ୍ମ ଗବେଷଣା

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଓ ଆଜରବାଇଜାନ ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ଇକୋନୋମିକ୍ସ (ତୁର୍କୀ) ସହ ମିଳିତଭାବେ ଗବେଷଣା କରାଯାଇଥିଲା। ଗବେଷଣାରେ India ସମେତ ୨୭ଟି ବିକାଶଶୀଳ ଦେଶର ତଥ୍ୟକୁ ତର୍ଜମା କରାଯାଇଥିଲା।

agriculture

Nit-turkey Rsearch about agriculture Photograph: (sambad.in)

ରାଉରକେଲା: ବିକାଶଶୀଳ ଦେଶଗୁଡ଼ିକରେ କୃଷି ଉତ୍ପାଦକତା ବୃଦ୍ଧି କରିବାରେ ଡିଜିଟାଲ୍ ଉପକରଣ ଓ ନବୀକରଣଯୋଗ୍ୟ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଓ ଆଜରବାଇଜାନ ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ଇକୋନୋମିକ୍ସ (ତୁର୍କୀ) ସହ ମିଳିତଭାବେ ଗବେଷଣା କରାଯାଇଥିଲା। ଗବେଷଣାରେ ଭାରତ ସମେତ ୨୭ଟି ବିକାଶଶୀଳ ଦେଶର ତଥ୍ୟକୁ ତର୍ଜମା କରାଯାଇଥିଲା। ବ୍ୟାପକ ଇଣ୍ଟରନେଟ୍ ବ୍ୟବହାର, ମୋବାଇଲ୍ ସଂଯୋଗ, ନବୀକରଣଯୋଗ୍ୟ ଶକ୍ତି, କୃଷି ଜମି ଓ ସାର ବ୍ୟବହାର କୃଷିକୁ ବହୁମାତ୍ରାରେ ସହାୟକ ହେଉଛି।

ଏହି ଗବେଷଣାର ସନ୍ଦର୍ଭ ପ୍ରତିଷ୍ଠିତ ଜର୍ଣ୍ଣାଲ୍ ‘ଟେକ୍ନୋଲୋଜି ଆନାଲିସିସ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ମ୍ୟାନେଜ୍‌ମେଣ୍ଟ୍‌’ରେ ପ୍ରକାଶିତ ହୋଇଛି। ଏହି ଆଲେଖ୍ୟ ଏନ୍‌ଆଇଟି ହ୍ୟୁମାନିଟିଜ୍‌ ଆଣ୍ଡ୍‌ ସୋସିଆଲ ସାଇନ୍ସେସ୍‌ ବିଭାଗର ପ୍ରଫେସର ନାରାୟଣ ସେଠୀ, ରିସର୍ଚ୍ଚ୍‌ ସ୍କୋଲାର୍‌ ଲିଟୁ ସେଠୀ, ଅଜରବାଇଜାନ ଷ୍ଟେଟ୍‌ ବିଶ୍ଵବିଦ୍ୟାଳୟର ଡ. ଉଗୁର କୋରକୁଟ୍ ପାଟା ଓ ଡ. ସେଲିନ୍ କାର୍ଲିଲର ପାଟା ଲେଖିଛନ୍ତି।ଉଲ୍ଲେଖଯୋଗ୍ୟ, ଇଣ୍ଟର୍‌ନେଟ୍‌ କୃଷି କ୍ଷେତ୍ରର ବିଭିନ୍ନ ଦିଗ, ଯଥା- ଖାଦ୍ୟ ଉତ୍ପାଦନ, ବିକ୍ରୟ ଓ ବ୍ୟବହାର ପଦ୍ଧତିକୁ ସମ୍ପୂର୍ଣ୍ଣଭାବେ ପରିବର୍ତ୍ତନ କରିଛି। ବର୍ତ୍ତମାନ ଚାଷୀକୂଳ ସେମାନଙ୍କର ଫସଲ ବିକ୍ରି କରିବା ପୂର୍ବରୁ ବଜାର ମୂଲ୍ୟ ଜାଣି ପାରୁଛନ୍ତି। ଏହାସହ ଅନ୍‌ଲାଇନ୍‌ରେ ସାର ମୂଲ୍ୟ ତୁଳନା କରିବାସହ ସ୍ଥାୟୀ କୃଷି କୌଶଳ ବିଷୟରେ ଶିକ୍ଷା ଲାଭ କରିପାରୁଛନ୍ତି। ଏମିତିକି ଗ୍ରାମାଞ୍ଚଳରେ ମଧ୍ୟ ଏକ ଛୋଟ ମୋବାଇଲ୍ ଫୋନ୍ ଚାଷୀ ଓ ବଜାର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବାସହ ସାମଗ୍ରିକ ଦକ୍ଷତାକୁ ଉନ୍ନତ କରୁଛି। ସୌରଚାଳିତ ଜଳସେଚନ ବ୍ୟବସ୍ଥା କ୍ଷୁଦ୍ର ଚାଷୀମାନଙ୍କୁ ଅନିୟମିତ ବିଦ୍ୟୁତ୍ ଯୋଗାଣର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରୁଛି।

ଆହୁରି ପଢ଼ନ୍ତୁ:  Bus Hits Truck, 2 Death: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର

୨୦୦୦ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୨୭ଟି ବିକାଶଶୀଳ ଦେଶର କୃଷି ତଥ୍ୟ ବିଶ୍ଳେଷଣ

 ଏହି ଗବେଷଣା ଭାରତର ଜାତୀୟ ମିସନ, ଯଥା-ଡିଜିଟାଲ୍ କୃଷି ମିସନ ଓ ପିଏମ୍-କୁସୁମ୍ ଯୋଜନାକୁ ଦୃଷ୍ଟିରେ ରଖି କରାଯାଇଛି; ଯାହାର ଲକ୍ଷ୍ୟ ସ୍ୱଚ୍ଛ ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ଆଧାରିତ କୃଷିକୁ ପ୍ରୋତ୍ସାହିତ କରିବା। ଗବେଷକ ଦଳ ୨୦୦୦ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୨୭ଟି ବିକାଶଶୀଳ ଦେଶର କୃଷି ତଥ୍ୟ ବିଶ୍ଳେଷଣ କରିବା ପାଇଁ ଉନ୍ନତ ଅର୍ଥନୈତିକ ପଦ୍ଧତି ବ୍ୟବହାର କରିଥିଲେ। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ ସମେତ ଆର୍ଜେଣ୍ଟିନା, ଚୀନ୍, ପାକିସ୍ତାନ, ଘାନା, ମାଲେସିଆ, ଟୋଗୋ, ବାଂଲାଦେଶ, ଇଣ୍ଡୋନେସିଆ, ନାଇଜେରିଆ, ଥାଇଲାଣ୍ଡ, ବୋଲିଭିଆ, ନିକାରାଗୁଆ, ଟ୍ୟୁନିସିଆ, ବୋତ୍‌ସୱାନା, ଜୋର୍ଡାନ, ତୁର୍କୀ, ଶ୍ରୀଲଙ୍କା, ପାନାମା, ତାଞ୍ଜାନିଆ, କୋଷ୍ଟାରିକା, ମେକ୍ସିକୋ, ଫିଲିପାଇନ୍ସ, କେନିଆ, ଡୋମିନିକାନ୍ ଗଣରାଜ୍ୟ, ମୋଜାମ୍ବିକ ଓ ଏଲ୍ ସାଲଭାଡୋର୍‌ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ:ବିକଶିତ ନୂଆପଡ଼ା ଗଠନ ବିଜେପିର ସଂକଳ୍ପ

NIT Rourkela | Agriculture

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe