Journalist Injured In Accident ହାଇୱା-କାର୍‌ ମୁହାଁମୁହିଁ ଧକ୍କା : ସାମ୍ବାଦିକ ଓ ତାଙ୍କ ପତ୍ନୀ ଗୁରୁତର, ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଭର୍ତ୍ତି

Advertisment

ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି।

ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି।

Untitled

journalist & his wife seriously injured in accident Photograph: (Sambad.in)

ରାଉରକେଲା: ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସାମ୍ବାଦିକ ଦେବବ୍ରତଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଇଛି। ପତ୍ନୀ ଇତିଶ୍ରୀଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗିଯାଇଛି। ଢେଙ୍କାନାଳ ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। 

ଆହୁରି ପଢ଼ନ୍ତୁ: Lawrence Vishnoi : ପବନ ସିଂଙ୍କୁ ଧମକ ଦେଇନୁ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ

ଜଗାଦର୍ଶନରେ ବାହାରିଥିଲେ ପରିବାର

ଫର୍ଟିଲାଇଜର ମଡର୍ଣ୍ଣ ଇଣ୍ଡିଆରେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଓ ତାଙ୍କ ପରିବାର ରହନ୍ତି। ଗତକାଲି ସକାଳେ ପତ୍ନୀ ଓ ପୁଅକୁ ନିଜ କାର୍‌ରେ ନେଇ ପୁରୀ ଜଗାଦର୍ଶନରେ ବାହାରିଥିଲେ। ଅପରାହ୍ନ ପ୍ରାୟ ୧ଟାରେ ଢେଙ୍କାନାଳ ରାସ୍ତାରେ ଗେଙ୍ଗୁଟିଆ ନିକଟରେ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ ଚଳାଉଥିବା ଶ୍ରୀ ପଟ୍ଟନାୟକ ଓ ଆଗ ସିଟ୍‌ରେ ବସିଥିବା ପତ୍ନୀ ଇତିଶ୍ରୀ ଗୁରୁତର ହୋଇଥିଲେ। ପଛ ସିଟ୍‌ରେ ବସିଥିବା ପୁଅ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Internet Ban: ଏମଭି-୨୬ରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୬ ଗିରଫ ହୋଇଛନ୍ତି: ଏସ୍‌ପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe