Accident 1 Death 3 Injured ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସ୍ତ୍ରୀ ଓ ୨ ନାବାଳକ ପୁତ୍ର ଗୁରୁତର

Advertisment

ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି।

ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି।

Untitled

man dies in accident, 3 seriously injured Photograph: (sambad.in)

ପିପିଲି: ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋରୁ ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି। ମୃତକ ପ୍ରଭାକର ପରିବାର ସହ ଚିଲିକାକୁ ପିକନିକ୍ ପାଇଁ ଯାଉଥିଲେ। ଆଉ କିଛି ସମୟ ପରେ ସେ ବାଇକ୍ ରଖି ବସ୍ ଯୋଗେ ସପରିବାର ଚିଲିକା ଯାଇଥାନ୍ତେ। ହେଲେ ତା’ପୂର୍ବରୁ ଏଭଳି ଅଘଟଣ ଘଟିଲା।

ଦୁର୍ଘଟଣାରେ ପରିବାର ଉପରେ ବିପଦ

ଏହି ଦୁର୍ଘଟଣାରେ ପ୍ରଭାକର ବେହେରାଙ୍କ ସ୍ତ୍ରୀ ଓ ତାଙ୍କ ୨ ଜଣ ନାବାଳକ ପୁତ୍ର ପୁତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରାଯାଇ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଆହତମାନଙ୍କ ଅବସ୍ଥା ଗୁରୁତର ରହିଛି।

ଆହୁରି ପଢ଼ନ୍ତୁ: BJP Ex-mla Sanchita Mohanty No More ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି

ପ୍ରତିବାଦରେ ରାସ୍ତା ଅବରୋଧ

ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କ୍ଷୁବ୍ଧ ହୋଇ ବଳଙ୍ଗା–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ଠାରେ ରାସ୍ତା ଅବରୋଧ କରିଥିଲେ। ଅଜଣା ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ ଓ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦାବି କରି ପ୍ରତିବାଦ କରାଯାଇଛି। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବ୍ୟାହତ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ:2 Buses Burnt ପରମିଟ ବାହାରି ନ ଥିବାରୁ ଛିଡ଼ା ହୋଇଥିଲା ୨ ବସ, ମଧ୍ୟ ରାତ୍ରିରେ ଜାଳି ଦେଲେ ଦୁର୍ବୃତ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe