2 maoists die Photograph: (SAMBAD.IN)
ବିଶ୍ରା: ଝାଡ଼ଖଣ୍ଡରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ସଙ୍ଗଠନର ସଦସ୍ୟ। ସେମାନଙ୍କ ମଧ୍ୟରେ ଗୁଳିଚାଳନା ଯୋଗୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ୩୦ଟି ଅପରାଧିକ ମାମଲା ଥିବା ପଳାତକ ଦେବେନ୍ଦ୍ର ଗଞ୍ଜୁ(୪୦) ଓ ଚୁଡ଼ାମନ ଗଞ୍ଜୁ(୩୫)। ଗୁରୁତର ଶ୍ୟାମ ଭୋକ୍ତା(୩୦) ଓ ବ୍ରହ୍ମଦେବ ଭୋକ୍ତା(୨୫)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମାଓବାଦୀଙ୍କ ମନୋବଳ ଭାଙ୍ଗିଛି
ରବିବାର ମଧ୍ୟରାତ୍ରିରେ ଚତ୍ରା ଜିଲ୍ଲା କୁଣ୍ଡା ଥାନା ଅନ୍ତର୍ଗତ ଗେନ୍ଦ୍ରା ଗ୍ରାମରେ ଏହି ଘଟଣା ଘଟିଛି। ଚତ୍ରା ପୁଲିସ ଅଧୀକ୍ଷକ ସୁମିତ କୁମାର ଅଗ୍ରୱାଲ କହିଛନ୍ତି ଯେ, ସୁରକ୍ଷାବାହିନୀର ଲଗାତର ଅପରେସନ ଯୋଗୁ ମାଓବାଦୀଙ୍କ ମନୋବଳ ଭାଙ୍ଗିଛି। ରବିବାର ରାତିରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିଚାଳନା ହୋଇଥିଲା।
ଅଧିକପଢ଼ନ୍ତୁ:କୁକୁରଙ୍କୁ ମାଂସ ଖୁଆଇ ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା, ସିସିଟିଭିରୁ ଜଣାପଡ଼ିଲା ସତ
ଏହି ଲଢ଼େଇରେ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର ୨ ଜଣଙ୍କୁ ଡାକ୍ତରଖାନା ପଠାଇଥିଲା। ସୁରୀକ୍ଷାକର୍ମୀଙ୍କ ହେପାଜତରେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଉଛି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି।
ଅଧିକପଢ଼ନ୍ତୁ:ଇଗନଉ ଅନଲାଇନ କୋର୍ସ ପାଇଁ ପଞ୍ଜିକରଣ ଆରମ୍ଭ
Follow Us