minor rape attempt , teacher arrested Photograph: (sambad.in)
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଅଭିଯୁକ୍ତ ଜଣେ ଶିକ୍ଷକ। ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ମାଝୀଙ୍କୁ ଗିରଫ କରିଛି ଝାରପୋଖରିଆ ପୁଲିସ।
ଆହୁରି ପଢ଼ନ୍ତୁ:Forester Arrested ବନ୍ଧାହେଲେ କୋଟିପତି ବନପାଳ ନିରଞ୍ଜନ ଶତପଥୀ
୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଚଳିତ ସପ୍ତାହରେ ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସନ୍ଧ୍ୟାରେ ଦେହରେ କୌଣସି ପୋଷାକ ନଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଆହୁରି ପଢ଼ନ୍ତୁ:Tourist Bus Accident: ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା: ୧୫ ଗୁରୁତର
ସୂଚନା ମୁତାବକ, ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ତାକୁ ପାଇ ନଥିଲେ। ତେବେ ଛାତ୍ରୀଙ୍କର ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିଥିଲେ। ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଅବରୋଧ କରି ରଖିଥିଲେ।
Follow Us