Murder at Baliguda, Accused Detained Photograph: (sambad.in)
ବାଲିଗୁଡ଼ା: ସାମାନ୍ୟ ବଚସାରୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ।
ସୂଚନା ମୁତାବକ, ଜପ ମଲ୍ଲିକ(୪୫ ) ଓ ଡକିଲା ମଲ୍ଲିକ (୪୨)ଙ୍କ ମଧ୍ୟରେ କିଛି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ଜପ ହଠାତ୍ ରାଗି ଯାଇ ଡକିଲାଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଡକିଲାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା ପରେ ଡକିଲା ମଲିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିଲେ, କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଡକିଲାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: 5 Maoists Killed କାରେଗୁଟ୍ଟା ଜଂଗଲରେ ‘ବ୍ଲାକ ଫରେଷ୍ଟ-୨‘ : ୫ ମାଓବାଦୀ ନିପାତ
ଅଧିକ ତଦନ୍ତ କରୁଛି ପୁଲିସ
ଏପଟେ ବାଲିଗୁଡ଼ା ଥାନା ପୁଲିସ୍ ଅଭିଯୁକ୍ତ ଜପଙ୍କୁ ଥାନାରେ ଅଟକ ରଖି କିଭଳି ପରିସ୍ଥିତିରେ ଏପରି ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର
Follow Us