Naveen Pattnaik ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

Advertisment

ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର president ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର president ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

Untitled

Naveen Pattnaik met women members of party Photograph: (sambad.in)

ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡ଼ିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ। ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତି କରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ ପଟ୍ଟନାୟକ କହିଥିଲେ ମା’ ମାନଙ୍କ ସଶକ୍ତ କରଣ ହିଁ ଓଡ଼ିଶାର ପ୍ରକୃତ ସଶକ୍ତିକରଣ । ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତି କରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଗାଁ ଗାଁରେ ମା’ ମାନଙ୍କୁ ସଂରକ୍ଷିତ କରିବା ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସବୁବେଳେ ମା’ ମାନଙ୍କ ସାଥୀରେ ରହିଛି। 

ମିଥ୍ୟା ପ୍ରଚାରକୁ ପ୍ରତିରୋଧ କର

ମା’ ମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବା ହେଉଛି ବିଜୁ ମହିଳା ଜନତା ଦଳର ଆଦର୍ଶ । ମା’ମାନଙ୍କର ସଶକ୍ତିକରଣକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢି ତୋଳିବାରେ ବିଜୁ ଜନତା ଦଳର ଭୂମିକା ଉଲ୍ଲେଖନୀୟ । ମହିଳାମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ତତ୍‌ ସହିତ ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମା’ମାନଙ୍କୁ ବିକାଶ ମାର୍ଗରେ ନେବା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ:Dead Body Of Woman Rescued ବନ୍ଦ ଘରଭିତରୁ ମହିଳାଙ୍କ ଗଳିତ ଶବ ଓ ସଂଜ୍ଞାହୀନ ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ


ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଦଳୀୟ କର୍ମକର୍ତ୍ତାମାନେ ସଭାପତିଙ୍କୁ ତାଙ୍କର ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ।

ଆହୁରି ପଢ଼ନ୍ତୁ:MSME Minister ‘୫-ଜ’କୁ ସରକାରଙ୍କ ପ୍ରାଥମିକତା, କାରଖାନା କରିବାକୁ ସ୍ବଚ୍ଛ ଶକ୍ତି କମ୍ପାନିଙ୍କୁ ଆମନ୍ତ୍ରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe