ଭୁବନେଶ୍ବର: ରାଜ୍ୟରେ ନୂଆବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ରହିଛି। ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଶୀତ। ଏହାସହ ରାତି ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୩ ଜିଲ୍ଲା ଯେମିତିକି କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ କୁହୁଡ଼ି ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୨୪ ଘଂଟାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ ଓ ସୁନ୍ଦରଗଡ଼ରେ ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଚଳିତ ବର୍ଷ ଡିସେମ୍ବର ମାସରେ ୨ଟି ସ୍ପେଲରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରିରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ହେଲେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ।
ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୩ ଜିଲ୍ଲା ଯେମିତିକି କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ କୁହୁଡ଼ି ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୨୪ ଘଂଟାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ ଓ ସୁନ୍ଦରଗଡ଼ରେ ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ନୂଆବର୍ଷ: ରାତି ସାଢ଼େ ୧୦ଟା ସୁଦ୍ଧା ହେବ ପହୁଡ଼
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗତ ୨୪ ଘଂଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ କରିଥିବା ବେଳେ ପାହାଡ଼ିଆ ଅଂଚଳରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୧୧.୫ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ