No Attraction Rmc Park ଆର୍‌ଏମ୍‌ସି ଓ ସ୍ମାର୍ଟସିଟି ପାର୍କ: କାମରେ ଆସୁନି, ଆକର୍ଷଣ ହରାଉଛି

Advertisment

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନସ୍ଥ ୪୦ ୱାର୍ଡରେ ରହିଛି ୧୧୪ Park। ଏଥିମଧ୍ୟରୁ ୮ଟି ପାର୍କର ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହୋଇଛି।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନସ୍ଥ ୪୦ ୱାର୍ଡରେ ରହିଛି ୧୧୪ Park। ଏଥିମଧ୍ୟରୁ ୮ଟି ପାର୍କର ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହୋଇଛି।

Untitled

no attraction for rmc park Photograph: (sambad.in)

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନସ୍ଥ ୪୦ ୱାର୍ଡରେ ରହିଛି ୧୧୪ ପାର୍କ। ଏଥିମଧ୍ୟରୁ ୮ଟି ପାର୍କର ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହୋଇଛି। ଅବଶିଷ୍ଟ ପାର୍କର ଆକର୍ଷଣ ବୃଦ୍ଧିରେ ଆର୍‌ଏମ୍‌ସି ସରକାରଙ୍କ ବିଭିନ୍ନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ବିଶ୍ବ ପୁରୁଷ ହକି ପୂର୍ବରୁ ଚକାଚକ୍‌ କରାଗଲା। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପ୍ରାୟ ଅଧିକାଂଶ ପାର୍କ ଅସ୍ତିସ୍ବ ହରାଇବାକୁ ବସିଛି। ପୂର୍ବ ସରକାର ସମୟରେ ଏସ୍‌ଏଚ୍‌ଜି ମହିଳାଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। ଏହି ଏସ୍‌ଏଚ୍‌ଜିକୁ  ମାସିକ ୬ରୁ ୭ ହଜାର ଟଙ୍କା ମିଳୁଥିଲା। ସରକାର ବଦଳିବା ପରେ ଏସ୍‌ଏଚ୍‌ଜି ଗ୍ରୁପର ମହିଳାଙ୍କୁ ମାସିକ ପାରିଶ୍ରମିକ ବନ୍ଦ କରିଦିଆଗଲା। ପାରିଶ୍ରମିକ ନ ମିଳିବାରୁ ଏସ୍‌ଏଚ୍‌ଜି ମହିଳାମାନେ ଏହି କାମରୁ ଦୂରେଇ ରହିଲେ।

ଏବେ କିଛି ଏସ୍‌ଏଚ୍‌ଜିକୁ କୁଆଡ଼େ ଏକକାଳୀନ ତିନି ମାସର ପାରିଶ୍ରମିକ ମିଳିଛି। ହେଲେ ୨୦ ଲକ୍ଷରୁ ନେଇ ପ୍ରାୟ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ପାର୍କ ସମ୍ପୂର୍ଣ୍ଣ ଅବହେଳିତ। କେଉଁଠି ଅଧା ଲାଇଟ୍‌ ଜଳୁନି ତ ଅନ୍ୟ କେଉଁଠି କୁଢ଼କୁଢ଼ ଅଳିଆ ଗଦା ହୋଇଛି। ଶୌଚାଳୟ ନିର୍ମାଣ ହୋଇଛି, ବ୍ୟବହାର ଉପଯୋଗ ହେଉନି। ପାଣିର ବ୍ୟବସ୍ଥା କରାଯାଇଛି, ପାର୍କ ବୁଲି ଆସୁଥିବା ସ୍ଥାନୀୟ ବାସିନ୍ଦା ପାଣି ପାଉନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, କିଛି ପାର୍କକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଲାମାରି ରଖିଛନ୍ତି। ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। କେଉଁଠି ପାଚେରି ଭାଙ୍ଗିଲାଣି ତ ଅନ୍ୟ କେଉଁଠି ଲୁହା ଗ୍ରିଲ୍‌ ଚୋରି ହୋଇଗଲାଣି। ଲକ୍ଷାଧିକ ଟଙ୍କାରେ ଲାଗିଥିବା ଖେଳ ଉପକରଣ କଥା ନ କହିବା ଭଲ। ସେଗୁଡ଼ିକ ଭାଙ୍ଗି ଏଣେତେଣେ ପଡ଼ିଛି। ଚୌକିଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଉଦିତନଗର ଆର୍‌ଏମ୍‌ସିର ସମ୍ମୁଖ ନେତାଜୀ ସୁବାସ ଚନ୍ଦ୍ର ପାର୍କ, ସିଭିଲଟାଉନସିପ୍‌, କୋଏଲନଗର, ବାସନ୍ତକଲୋନି, ଛେଣ୍ଡକ‌ଲୋନି, କଳିଙ୍ଗ ବିହାର, ନୟାବଜାର ଆଦି ସ୍ଥାନରେ ୧୧୪ଟି ପାର୍କ ରହିଛି।

ସଞ୍ଜ ନଇଁଲେ ମଦୁଆଙ୍କ ଆଡା ଜମୁଛି

ଆହୁରି ପଢ଼ନ୍ତୁ: Lawrence Vishnoi : ପବନ ସିଂଙ୍କୁ ଧମକ ଦେଇନୁ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ 

ଏମିତି କିଛି ପାର୍କ ରହିଛି ଯେଉଁଠି ସଞ୍ଜ ନଇଁଲେ ମଦୁଆଙ୍କ ଆଡା ଜମୁଛି। ପାର୍କଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଅନେକଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି  ଆକର୍ଷଣ କରୁଥିଲେ ହେଁ କିଛି ସୁଫଳ ମିଳୁନି। କିଛି ଏସ୍‌ଏଚ୍‌ଜି ମହିଳା ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ ହେଁ ଠିକ୍‌ ଭାବେ କାମ କରୁନଥିବା ଅଭିଯୋଗ ହେଉଛି। ପାର୍କଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଆବଶ୍ୟକ ସାମଗ୍ରୀ, ପାଣି ସିଞ୍ଚନ କରିବାକୁ ପ୍ଲାଷ୍ଟିକ୍‌ ପାଇପ୍‌, ଗଛ ଲଗାଇବାକୁ ପ୍ଲାଷ୍ଟିକ୍‌ କୁଣ୍ଡ ଆଦି ଯୋଗାଇ ଦିଆଯାଇଥିଲେ ହେଁ ଏସବୁ କେଉଁଠି ବ୍ୟବହାର ହେଉଛି ଜଣାପଡୁନି। ଅଧିକାଂଶ ପାର୍କ ଖୋଲାମେଲା ହୋଇ ପଡ଼ିଛି। ଦିନରେ ଗାଈଗୋରୁ ବୁଲୁଛନ୍ତି। ରାତିରେ ନିଶାଡ଼ିମାନେ ଆସର ଜମାଉଛନ୍ତି।

ଆହୁରି ପଢ଼ନ୍ତୁ: Internet Ban: ଏମଭି-୨୬ରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୬ ଗିରଫ ହୋଇଛନ୍ତି: ଏସ୍‌ପି

ଶିଶୁମାନଙ୍କ ମନୋରଞ୍ଜନ, ସହରବାସୀଙ୍କୁ ଫିଟ୍‌ ରଖିବା ଲକ୍ଷ୍ୟରେ ସହରର ବିଭିନ୍ନ ସ୍ଥାନରେ ରଖିଥିବା ପାର୍କ ଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀ ‌ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୱାର୍ଡର ସମସ୍ୟା ବୁଝିବାକୁ କୌଣସି ପ୍ରତିନିଧି ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ନୂଆ ସରକାର ଦାୟିତ୍ବ ନେବା ପରେ ପାର୍କଗୁଡ଼ିକର କିପରି ବ୍ୟବହାର ଉପଯୋଗୀ ହେବ, ଏଥିପ୍ରତି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ପ୍ରାଥମିକତା ଦେବା ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe