Olive Ridley turtles on sea beach Photograph: (sambad.in)
ପୁରୀ: ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ଋତୁ ଚାଲିଛି। ଅଣ୍ଡାଦାନ ପାଇଁ ଏମାନେ ହଜାର ହଜାର ସଂଖ୍ୟାରେ ସମୁଦ୍ରକୂଳକୁ ଆସୁଛନ୍ତି। ଟ୍ରଲର୍ କିମ୍ବା ଡଙ୍ଗା ସହ ମାଡ଼ ହୋଇ ଆହତ କିମ୍ବା ମୃତ୍ୟୁବରଣ କରିବା ଆଶଙ୍କା ଥିବାରୁ ମେ’ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ କଟକଣା କରାଯାଇଛି।
ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା କିମ୍ବା ଟ୍ରଲର୍ ଚଳାଚଳ କରିପାରିବ ନାହିଁ। ପୁରୀର ଦେବୀ ମୁହାଣରୁ କେଳୁଣୀ ମୁହାଣ ସହ ବଙ୍ଗୋପସାଗରରେ ମାଛଧରା ଉପରେ କଟକଣା କରାଯାଇଛି। ଏହି କଟକଣା ନ ମାନିଲେ ମେରାଇନ୍ ଫିସିଂ ରେଗୁଲେସନ ଆକ୍ଟ (ଏମଫ୍ରା) ଅନୁଯାୟୀ ଡଙ୍ଗା ଓ ଟ୍ରଲର ଜବତ କରାଯିବାକୁ ନିର୍ଦେଶ ଥିବା ସହ ଚଢ଼ଉ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବୋଟ ବ୍ୟବସ୍ଥା କରିଛି।
ଆହୁରି ପଢ଼ନ୍ତୁ: Son Kills Mother ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
ରାମଚଣ୍ଡିରୁ କୋଣାର୍କ ବେଳାଭୂମିରେ ୩୦୦ରୁ ଅଧିକ ଅଲିଭ ରିଡଲେ କଇଁଛଙ୍କ ଶବ ପଡ଼ିଛି
କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣ କରିବାକୁ ପରିବାର ପିଛା ୧୫ ହଜାର ଟଙ୍କା ପ୍ରଦାନ କରାଯାଉଛି। କଇଁଛ କିଭଳି ସୁରକ୍ଷିତ ଅଣ୍ଡାଦାନ କରିବେ ସେ ନେଇ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ହେଲେ ସରକାରୀ ଅଧିକାରୀ ମାଛ ବେପାରୀଙ୍କ ସହ ହାତ ମିଳାଇଥିବାରୁ ଶହ ଶହ ଟ୍ରଲର ଚାଲୁଛି। ଯେଉଁଥିପାଇଁ ଆଜି ରାମଚଣ୍ଡିରୁ କୋଣାର୍କ ବେଳାଭୂମିରେ ୩୦୦ରୁ ଅଧିକ ଅଲିଭ ରିଡଲେ କଇଁଛଙ୍କ ଶବ ପଡ଼ିଛି। ବନ ବିଭାଗ ଶବ ପୋତିବାରେ ଲାଗିଛି।
Follow Us