Young man died in accident Photograph: (sambad.in)
ରାୟଗଡା: ବିଳମ୍ବିତ ରାତିରେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ପାଲକା ଶ୍ରୀନୁ ଓ ଆହତ ଯୁବକ ତାଣ୍ଡିଲି କିରଣ। ସେମାନଙ୍କ ଘର ରାମାନାଗୁଡା ବ୍ଲକ ଅନ୍ତର୍ଗତ ଭାମିନୀ ଗ୍ରାମରେ ବୋଲି ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଯୁବକ ବାଇକ ଯୋଗେ କୁଜେନ୍ଦ୍ରି ଅଂଚଳରୁ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏକ ଜମିରେ ପଡ଼ିରହିଥିଲେ। ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଆହୁରି ପଢ଼ନ୍ତୁ: Accident One Critical ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା କଳାକାର ଗାଡ଼ି, ଜଣେ ଗୁରୁତର
ଗୁଣପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି
ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ପାଲକା ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କ ଚିକିତ୍ସା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଜାରି ରହିଥିବା ଜଣାପଡିଛି । ଗୁଣପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Follow Us