Accident Death Sundargarh: ରାସ୍ତା ପାରି ହେଉଥିବା ବେଳେ ପିଟିଲା ଗାଡ଼ି: ଘଟଣାସ୍ଥଳରେ ପ୍ରାଣ ହରାଇଲେ ଓଏସଆରଟିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼ ସଦର ଥାନା ଫଗୁଆପଡ଼ା ନିକଟରେ ରାସ୍ତା ପାରି ହେଉଥିବା ବେଳେ ରାଉରକେଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ପିଟି ଦେବା ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଲେ OSRTC ଜିଲ୍ଲା ପରିଚାଳକ।

Untitled-1

OSRTC district manager dies in accident at sundargarh Photograph: (sambad.in)

ସୁନ୍ଦରଗଡ଼: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଅମରେଶ ମହାନ୍ତିଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ସଦର ଥାନା ଫଗୁଆପଡ଼ା ନିକଟରେ ରାସ୍ତା ପାରି ହେଉଥିବା ବେଳେ ରାଉରକେଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ପିଟି ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଗାଡ଼ି ଯାଞ୍ଚ କରିବା ପାଇଁ ଯାଇଥିବା ବେଳେ ମୃତ୍ୟୁ

ସେ ଗାଡ଼ି ଯାଞ୍ଚ କରିବା ପାଇଁ ଯାଇଥିବା ବେଳେ ଆର ପଟକୁ ପାରି ହେଉଥିଲେ। ସଡ଼କ ମରାମତି କାର୍ଯ୍ୟ ଯୋଗୁଁ ୧୦ ନମ୍ବର ରାଜ୍ୟ ରାଜପଥର ବାମ ପଟ ରାସ୍ତାକୁ ବନ୍ଦ କରି ଡାହାଣ ପଟ ରାସ୍ତାରେ ସମସ୍ତ ଗାଡ଼ି ଯିବା ଆସିବା କରୁଛି। ସେ ରାଉରକେଲାରୁ  ସୁନ୍ଦରଗଡ଼ ପଟକୁ ଆସୁଥିବା ରାସ୍ତାରେ ଓହ୍ଲାଇ ଆର ପଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ:BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

ଆହୁରି ପଢ଼ନ୍ତୁ:Union-Steel-Minister-RSP Extension: ୨୦୨୬ ସୁଦ୍ଧା ଆରଏସପି ସମ୍ପ୍ରସାରଣ ଆରମ୍ଭ: କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe