Heavy Rains In Odisha: ବାତ୍ୟା ‘ମୋନ୍ଥା’ ପ୍ରଭାବ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି

Cyclone ‘ମୋନ୍ଥା’ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି। କଟକ ଓ ଭୁବନେଶ୍ବରରେ ମଧ୍ୟ ବର୍ଷା ଜାରି ରହିଛି।

rain in odisha

rain in odisha Photograph: (sambad.in)

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି। ବିଶେଷ କରି ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। କଟକ ଓ ଭୁବନେଶ୍ବରରେ ମଧ୍ୟ ବର୍ଷା ଜାରି ରହିଛି।ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନଦୀବନ୍ଧ ସୁଦୃଢ଼ କରିବା ଏବଂ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହେବ ସେନେଇ ଆଗୁଆ ପଦକ୍ଷେପ ନେବାକୁ ବି କୁହାଯାଇଛି।

କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’     

୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଓ ବାତ୍ୟକୁ ଆଖି ଆଗରେ ରଖି ଭାଇଜାଗକୁ ହାଇ ଆଲର୍ଟ ଜାରି କରାଯାଇଛି| ବିମାନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ | ଏୟାର ଇଣ୍ଡିଆ, ଇଣ୍ଡିଗୋ ବିମାନ ବାତିଲ | ୨୮ ତାରିଖ ପାଇଁ  ଏହି ସୂଚନା ଜାରି ହୋଇଛି |ଆସନ୍ତାକାଲି ପାଇଁ ୭୦ଟି ଟ୍ରେନକୁ ଅଟକାଇ ରଖିଛନ୍ତି ସାଉଥ ସେଣ୍ଟ୍ରାଲ କର୍ତ୍ତୃପକ୍ଷ |

ଆହୁରି ପଢ଼ନ୍ତୁ: Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Cyc‌lone Montha LIVE UPDATES: ବାତ୍ୟା ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ମୋନ୍ଥା ମୁକାବିଲା ପାଇଁ ମହାପ୍ରସ୍ତୁତି

ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।

Cyclone Montha | Heavy Rain 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe