Reaction PCC President Mokim: ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି, ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Advertisment

ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ମୁହଁ ଖୋଲିଛନ୍ତି pcc president ଭକ୍ତ ଚରଣ ଦାସ। ସେ କହିଛନ୍ତି, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର।

ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ମୁହଁ ଖୋଲିଛନ୍ତି pcc president ଭକ୍ତ ଚରଣ ଦାସ। ସେ କହିଛନ୍ତି, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର।

Bhakta Charan Das

reaction of pcc president on letter of mokim Photograph: (Sambad.in)

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ କହିଛନ୍ତି, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍‌ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ:Delhi Pollution: ଦିଲ୍ଲୀ-ଏନସିଆରରେ GRAP-4 କାର୍ଯ୍ୟକାରୀ: ହାଇବ୍ରିଡ୍ ମୋଡ୍‌ରେ ସ୍କୁଲ୍

ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ନେତା ମୋକିମଙ୍କ ଚିଠି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବାକୁ ନେଇ ମଧ୍ୟ ଏଆଇସିସି ଅବଗତ ରହିଛି। ଏସବୁ ଉପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ବିଶେଷ ଭାବେ ନଜର ରଖି ସମସ୍ତ ଘଟଣାକୁ ଅନୁଧ୍ୟାନ କରିଛନ୍ତି। ମହମ୍ମଦ ମୋକିମ୍ ଯେଉଁଭଳି ଭାବେ ଖଡ଼୍‌ଗେ ଓ ରାହୁଲଙ୍କୁ ଆକ୍ଷେପ କରି ତାହାକୁ ଗଣମାଧ୍ୟମରେ ପ୍ରଘଟ କରିଛନ୍ତି, ତାହାକୁ ଏଆଇସିସି ଆଦୌ ସହ୍ୟ କରିବା ଉଚିତ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଛନ୍ତି। କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ‘ରାଷ୍ଟ୍ରପତି ନିର୍ବାଚନ ସମୟରୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ସଭାପତିଙ୍କ ବିରୋଧରେ ଏବଂ ଏଆଇସିସିର ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତି ଓ  ଶୃଙ୍ଖଳାକୁ ସବୁବେଳେ ମୋକିମ ବିରୋଧ କରିବା ପରିଲକ୍ଷିତ ହୋଇସାରିଲାଣି। ଶେଷରେ ବର୍ତ୍ତମାନ ରାହୁଲ ଓ ଖଡ଼୍‌ଗେଙ୍କୁ ସର୍ବସାଧାରଣରେ ଟାର୍ଗେଟ କରି ମୋକିମ୍ ଏକାଧିକବାର ବିଶୃଙ୍ଖଳିତ ଆଚରଣ ଦୀର୍ଘ କାଳ ଧରି ପ୍ରଦର୍ଶନ କରୁଛନ୍ତି ବୋଲି ଏଆଇସିସି ବୁଝି ସାରିଛି।

ଆହୁରି ପଢ଼ନ୍ତୁ: Internet Ban: ଏମଭି-୨୬ରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୬ ଗିରଫ ହୋଇଛନ୍ତି: ଏସ୍‌ପି

କଂଗ୍ରେସକୁ ବଦନାମ କରିବାର ଉଦ୍ୟମ କରାଯାଉଛି

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାହାକୁ ଗଣମାଧ୍ୟମରେ ପ୍ରକାଶ କରିବା ଦ୍ବାରା ସମଗ୍ର ଦେଶରେ କଂଗ୍ରେସକୁ ବଦନାମ କରିବାର ଉଦ୍ୟମ କରାଯାଉଛି। ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଏଆଇସିସି ନେତୃମଣ୍ଡଳୀ ବୁଝିପାରିଛନ୍ତି। ତାଙ୍କର ଏଭଳି ଅଭିପ୍ରାୟ କେବଳ କଂଗ୍ରେସକୁ ସର୍ବସାଧାରଣରେ ଅପଦସ୍ଥ କରି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷିତ ରଖିବା। ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗଣମାଧ୍ୟମ ଜରିଆରେ ଦଳକୁ ନିନ୍ଦିତ କରିବାର ପ୍ରୟାସ ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe