Reaction Pruthviraj Harichandan On Bhakta Das: ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା: ପୃଥ୍ବୀରାଜ ହରିଚନ୍ଦନ

ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଥିବା ବୟାନକୁ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ reaction ରଖିଛନ୍ତି।

Untitled-5

Pruthviraj harichandan on Bhakta Das Photograph: (sambad.in)

ଭୁବନେଶ୍ବର: ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଥିବା ବୟାନକୁ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା ଚାଲେ। ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା।

କଂଗ୍ରେସର ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି ବିଭୀଷଣ ଅଛନ୍ତି। ଯେଉଁମାନଙ୍କ ପାଇଁ ଦଳକୁ ଆଶାନୁରୂପ ସଫଳତା ମିଳିଲାନି। ଏହି କାରଣରୁ ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଭକ୍ତ ଦାସ ଆହୁରି କହିଛନ୍ତି, କଂଗ୍ରେସ ଦ୍ବିତୀୟ ସ୍ଥାନରେ ଅଛି, ତଥାପି ଆତ୍ମ ସମୀକ୍ଷା କରିବୁ।

ଆହୁରି ପଢ଼ନ୍ତୁ: Chief Minister Mohan Charan Majhi praises Jual Oram: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆପଡ଼ା ଉପନିର୍ବାଚନରେ ଶାସକ ଦଳ ଅର୍ଥ, ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରିଥିଲା। ବିଜେପିର ଏହି କଳ, ବଳ ଓ କୌଶଳ ବିରୋଧରେ ଲଢେଇ କରି କଂଗ୍ରେସ ପ୍ରାର୍ଥୀ ୪୦ ହଜାର ଭୋଟ ହାସଲ କରିବା କିଛି ସାଧାରଣ କଥା ନୁହେଁ। ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କଂଗ୍ରେସ ନୂଆପଡ଼ାବାସୀଙ୍କ ହୃଦୟ ଜିତିବା ସହ ପ୍ରମୁଖ ବିରୋଧୀ ଦଳର ଭୂମିକା ହାସଲ କରିଥିବା କହିଥିଲେ ପିସିସି ସଭାପତି ଭକ୍ତଚରଣ ଦାସ।

ଆହୁରି ପଢ଼ନ୍ତୁ: Human Sagar Anubhav Mohanty Film: ଅସୁସ୍ଥ ହେବା ପୂର୍ବରୁ ଅନୁଭବଙ୍କ ଅଭିନୀତ ସିନେମାର ସ୍ବର ସଂଯୋଜନା କରୁଥିଲେ ହ୍ୟୁମାନ ସାଗର

ଶ୍ରୀ ଦାସ କହିଥିଲେ, ସଂଘର୍ଷର ପଥ ଫୁଲ ନୁହେଁ, କଣ୍ଟାରେ ପରିପୂର୍ଣ୍ଣ। ଏହା ଏକ ଲମ୍ବା ଲଢ଼େଇ, ଏହା ଆଜି କିମ୍ବା କାଲିର କଥା ନୁହେଁ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସକୁ କ୍ଷେତ୍ରସ୍ତରରେ ରହିବାକୁ ପଡ଼ିବ ଓ ଲଢ଼େଇ ଜାରି ରଖିବାକୁ ପଡ଼ିବ। ବିଜୟ କିମ୍ବା ପରାଜୟ ନିଶ୍ଚିତ ନୁହେଁ। ତେଣୁ ଲଢ଼ିବାକୁ ପଡ଼ିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe