Second day of RCCL Photograph: (sambad.in)
ଭୁବନେଶ୍ବର: ସ୍ଥାନୀୟ ଇନ୍ଦିରା ମୈଦାନଠାରେ ଚାଲିଥିବା ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ(ଆରସିସିଏଲ)ର ଶନିବାର ହେଉଛି ଦ୍ବିତୀୟ ଦିବସ। ଶନିବାରର ପ୍ରଥମ ମ୍ୟାଚ ଜିନ୍ଦଲ୍ ଷ୍ଟିଲ୍ ଓ ଓ୍ବିପ୍ରୋ ଓ୍ବାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜିନ୍ଦଲ ଷ୍ଟିଲକୁ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଜିନ୍ଦଲ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଓ୍ବିପ୍ରୋ ୫.୨ ଓଭରରେ ୩ ଓ୍ବିକେଟ୍ ହରାଇ ୧୧୮ ରନ କରି ବିଜୟୀ
ପ୍ରଥମେ ବ୍ୟାଟିଂ କରି ଜିନ୍ଦଲ୍ ଷ୍ଟିଲ କୌଣସି ୱିକେଟ୍ ନହରାଇ ୧୧୭ ରନ କରିଥିଲା। ଦଳ ପକ୍ଷରୁ ହରମୋହନ ସାମନ୍ତସିଂହାର ଓ ତାହା ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହାର ଜବାବରେ ଓ୍ବିପ୍ରୋ ୫.୨ ଓଭରରେ ୩ ଓ୍ବିକେଟ୍ ହରାଇ ୧୧୮ ରନ କରି ବିଜୟୀ ହୋଇଥିଲା।
ଆହୁରି ପଢ଼ନ୍ତୁ:Raid Cattle Mafia Bhadrak ଓଡ଼ିଶାର ସବୁଠାରୁ ବଡ଼ ଗୋମାଫିଆ ଶେଖ୍ ରାଜନ ଘରେ ପୁଲିସର ଚଢ଼ାଉ, ମିଳିଲାଣି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ସୁନାଗହଣା
ଶନିବାରର ଦ୍ବିତୀୟ ମ୍ୟାଚ ଏଚବି ସଲ୍ୟୁସନ୍ସ ଓ ଓଜିବି ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏଚବି ସଲ୍ୟୁସନ୍ସ ୧୭ ରନରେ ବିଜୟୀ ହୋଇଛି। ଟସ ଜିତି ଓଜିବି ପ୍ରଥମେ ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଏଚବି ସଲ୍ୟୁସନ୍ସ ୫ ୱିକେଟ୍ ହରାଇ ୧୧୭ ରନ କରିଥିଲା। ଦଳ ପକ୍ଷରୁ ଆଶୁତୋଷ ସାହୁ ୫୫ ଓ ମୁକେଶ ୪୪ ରନ କରିଥିଲେ। ଏହାର ଜବାବରେ ଓଜିବି ୩ ୱିକେଟ୍ ହରାଇ ୧୧୦ କରିଥିଲା। ଦଳ ପକ୍ଷରୁ ନୀରୁ ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ ସାଗର ଶ୍ରୁତି ରଂଜନ ୪୪ ରନ କରିଥିଲେ।
Follow Us