Son Kills Father Photograph: (sambad.in)
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଜନ୍ମକଲା ବାପାଙ୍କୁ ହତ୍ୟା କଲା ପୁଅl ମୃତକ ଗ୍ରାମର ପଦ୍ମନାଭ ସାହୁ ହୋଇଥିବା ବେଳେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l
ହତ୍ୟାକାରୀ ପୁଅ ଅଟକ
ଭତ୍ତା ଟଙ୍କା ଏବଂ ଦ୍ବିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା ରମେଶ l ପରେ ତାହା ଉଗ୍ରରୂପ ନେବା ସହ ଛୁରୀ ଭୁସି ଓ ପିଟିପିଟି ବାପାକୁ ହତ୍ୟା କଲା ପୁଅ l ହତ୍ୟା ଘଟଣା ନେଇ ମୃତକଙ୍କ ବଡ଼ ପୁଅ ଥାନା ଅଭିଯୋଗ ପରେ ପୁଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୁଲିସ l ଅନ୍ୟପଟେ ପୂର୍ବରୁ ବଡ଼ ଭାଇଙ୍କୁ ମଧ୍ୟ ମାଡ଼ମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି l
ଆହୁରି ପଢ଼ନ୍ତୁ:Human Sagar Anubhav Mohanty Film: ଅସୁସ୍ଥ ହେବା ପୂର୍ବରୁ ଅନୁଭବଙ୍କ ଅଭିନୀତ ସିନେମାର ସ୍ବର ସଂଯୋଜନା କରୁଥିଲେ ହ୍ୟୁମାନ ସାଗର
Follow Us