ଭୁବନେଶ୍ବର: ବିଜେଡି ଶହେ ବର୍ଷ ରହିବ। ଲୋକଙ୍କ ସେବା କରିବ। କିଛି ଲୋକ ବିଜେଡି ଭାଙ୍ଗିଯିବ ଓ ଆଉ ରହିବନି ବୋଲି ଅପପ୍ରଚାର କରୁଛନ୍ତି। ଏହି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ବିକାଶ ଆମର ପରିଚୟ
ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ । ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ। ବିଏସକେୱାଇ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢିଙ୍କୁ ରୋଜଗାର ଦେଇଛୁ ।
ଆହୁରି ପଢ଼ନ୍ତୁ:Vigilance Raid Forester ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ
ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି । ହେଲେ ବିକାଶ କାଇଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ୍ ପଟ୍ଟନାୟକ । ଚାଷୀ ଲାଭ ପାଉନି, ମଣ୍ଡି ଠିକ୍ ସମୟରେ ଖୋଲୁନି । ମାଆମାନେ ହଇରାଣ ହେଉଛନ୍ତି। ୧୮ ମାସର ଡବଲ ଇଞ୍ଜିନ୍ ସରକାରରେ କିନ୍ତୁ ବିକାଶ ନାହିଁ। ଆଇନ ଶୃଙ୍ଖଳା କଥା ନକହିବା ଭଲ । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ନାବାଳିକା ବି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି । ଓଡ଼ିଶାାରେ ସରକାର ଥିବା ଭଳି ଲାଗୁନି। କିଛି ଲୋକ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି। ମୁଁ ନିଶ୍ଚିତ କରୁଛି ଯେ ବିଜୁ ଜନତା ଦଳ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସହ ରହିବ ।
ଆହୁରି ପଢ଼ନ୍ତୁ: Ollywood Heroines Item Girls ଆଇଟମ୍ ଗାର୍ଲ ବନି ପଚିଶରେ ଧମାଲ୍ କଲେ ପାଞ୍ଚ ଓଲିଉଡ୍ ନାୟିକା
Follow Us