Threat To Vigilance DSP ଡିଏସପିଙ୍କୁ ଅବସରପ୍ରାପ୍ତ ଏସଆଇଙ୍କ ଗୁଳି ଧମକ, ଭିଜିଲାନ୍ସ ମାମଲାରେ ଲକର ଜବତ ତାଲିକା ବଦଳାଇବାକୁ ଚାପ

Advertisment

Vigilance ମାମଲାରେ ଜବତ ତାଲିକା ବଦଳାଇବାକୁ ଅଭିଯୁକ୍ତ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଚାପ ପକାଇବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଭିଜିଲାନ୍ସ ଡିଏସପି ଅନୁପମା ସାହୁ ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Vigilance ମାମଲାରେ ଜବତ ତାଲିକା ବଦଳାଇବାକୁ ଅଭିଯୁକ୍ତ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଚାପ ପକାଇବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଭିଜିଲାନ୍ସ ଡିଏସପି ଅନୁପମା ସାହୁ ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

vigilance-directorate

Threat to Vigilance DSP Photograph: (sambad.in)

ଜଗତସିଂହପୁର: ଭିଜିଲାନ୍ସ ମାମଲାରେ ଜବତ ତାଲିକା ବଦଳାଇବାକୁ ଅଭିଯୁକ୍ତ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଚାପ ପକାଇବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଭିଜିଲାନ୍ସ ଡିଏସପି ଅନୁପମା ସାହୁ ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନୁପମା ସାହୁ ଅଭିଯୋଗରେ ଦର୍ଶାଇଛନ୍ତି, ଅବସରପ୍ରାପ୍ତ ପୁଲିସ ଏସଆଇ ରବିନ୍ଦ୍ରନାଥ ସେନାପତି ଯିଏ କି ପୂର୍ବରୁ ୨୦୨୦ ମସିହାରେ କଟକ ଭିଜିଲାନ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି ସେ ଓ ତାଙ୍କ ପରିବାର ଲୋକ ଜଗତସିଂହପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚିଥିଲେ | ରବିନ୍ଦ୍ରନାଥ ସେନାପତିଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଅନୁପମା ସାହୁ |  ସେହି ମାମଲାରେ ଏକ ଲକର ଜବତ ହୋଇଥିଲା | ସେହି ଲକରରେ ସୁନା ରହିଛି ଓ ତାହାକୁ ବ୍ୟବହାର କରି ପାରୁ ନ ଥିବା ରବିନ୍ଦ୍ରନାଥଙ୍କ ପରିବାର ଲୋକ କହିବା ସହ ଭିଜିଲାନ୍ସ ଡିଏସପିଙ୍କୁ ଦାୟୀ କରିଥିଲେ | ଏହି ଜବତ ତାଲିକା ବଦଳାଇବାକୁ ଦାବି କରିବା ସହ ଯଦି ନ କରନ୍ତି ତାହେଲେ ଅଫିସ ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ମରିଯିବାକୁ ଧମକ ଦେଇଥିବା ଡିଏସପି ଅଭିଯୋଗରେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: Drunk Driver Detained ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ , ୫ରୁ ଅଧିକ ଦୋକନ ଉପରେ ଚଢ଼ିଗଲା ହାଇୱା

ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ

ଏପରିକି ରବିନ୍ଦ୍ରନାଥ ପୁଲିସ ଚାକିରିରେ ଥିବା ସମୟରେ ଅନେକ ଏନକାଉଣ୍ଟର କରିଥିବା ବେଳେ ଗୁଳି କରି ମାରି ଦେବାକୁ ଧମକ ଦେଇଥିଲେ। ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: Tribute Utkal Gauraba Madhusudan Das ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe