ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା ସମ୍ମିଳନୀରେ ଆଇଟି/ଆଇଟିଇଏସ/ଇଏସଡିଏମ ଉପରେ ଆୟୋଜିତ କ୍ଷେତ୍ରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ବଜେଟ ବଳକା ରାଜ୍ୟ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଥିବା ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି।
ଏହି ଖବର ପଢ଼ନ୍ତୁ: ଚାକିରି ସମୟରେ ମିଳିଲାନି: ଘୋଷଣାର ୩ବର୍ଷ ପରେ ମିଳିଲା ରାଜ୍ୟପାଳ ପୁରସ୍କାର
ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ୭୩ ହଜାର କୋଟି ଟଙ୍କା ଏବଂ ଦୂରସଞ୍ଚାର କ୍ଷେତ୍ରରେ ୫୦୩୩ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ନିବେଶ ପାଇଁ ଆଜି ଘୋଷଣା ହୋଇଛି। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ। ଓଡ଼ିଶାକୁ ଖୁବଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ। ଓଡ଼ିଶା ସରକାର ଏଥିପାଇଁ ଭୁବନେଶ୍ୱର ମଧ୍ୟଭାଗରେ ୩ ଲକ୍ଷ ବର୍ଗଫୁଟ ଜମି ଆବଣ୍ଟନ କରିଛନ୍ତି ଏବଂ ଆଇଟି ଶିଳ୍ପର ବିକାଶ ପାଇଁ ଖୁବଶୀଘ୍ର ଆଉ ୧୨ ଲକ୍ଷ ବର୍ଗଫୁଟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଇଟି କମ୍ପାନିଗୁଡ଼ିକ ପାଇଁ ମୋଟ୍ ୧୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଉଚ୍ଚ ମାନର ସୁବିଧା ଯୋଗାଇ ଦିଆଯିବ।
ଏହି ଖବର ପଢ଼ନ୍ତୁ: ଜଙ୍ଗଲରେ ବାପାଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲା ଭାଲୁ, ଲଢ଼େଇ କରି ବଞ୍ଚାଇଲା ପୁଅ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ୧ ଜାନୁଆରି ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସେମିକଣ୍ଡକ୍ଟର ମିସନ ବେଶ୍ ପ୍ରଗତି ହାସଲ କରିଛି। ପ୍ରାରମ୍ଭରେ ବିଶ୍ୱ ଏହାର ସଫଳତାକୁ ନେଇ ସନ୍ଦେହ କରିଥିଲା। ବର୍ତ୍ତମାନ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ମାତ୍ର ୬୦ରୁ ୯୦ ଦିନ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଥିବା ସେ କହିଥିଲେ। ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ଭାରତରେ ସେମିକଣ୍ଡକ୍ଟର ପାଇଁ ରହିଥିବା ଏଭଳି ବ୍ୟବସାୟିକ ସୁଗମତା ବିଷୟରେ ଜାଣି ଉଦ୍ୟୋଗ ଜଗତ ଚକିତ ହୋଇଛି। ସେମାନେ ମଧ୍ୟ ଭାରତରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଭାରତ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ କେନ୍ଦ୍ର ହେବାକୁ ଯାଉଥିବା ନେଇ ବିଶ୍ୱସ୍ତରୀୟ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି। ସେମିକଣ୍ଡକ୍ଟର ଶିଳ୍ପ ବିକାଶ ପାଇଁ ଭାରତର ଏହି ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
ଏହି ଖବର ପଢ଼ନ୍ତୁ: ‘ଏନ୍ପିସିଆଇଜନିତ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’
ଓଡ଼ିଶାରେ ପ୍ରତିଭାବାନ ଇଞ୍ଜିନିୟର ଏବଂ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବିଶ୍ୱବ୍ୟାପୀ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ମଧ୍ୟ ଏଠାରେ କାର୍ଯ୍ୟ କରିପାରିବେ। ଇଣ୍ଡିଆ ଏଆଇ ମିଶନ ମଧ୍ୟ ଯଥେଷ୍ଟ ପ୍ରଗତି ହାସଲ କରିଛି। ଭାରତ ଖୁବଶୀଘ୍ର ନିଜସ୍ୱ ଏଲଏଲଏମ ବିକଶିତ କରିବାକୁ ଯାଉଛି। ଇଣ୍ଡିଆ ଏଆଇ କମ୍ପ୍ୟୁଟ୍ କେନ୍ଦ୍ର ଠାରେ ୧୮ହଜାର ଜିପିୟୁ ସୃଷ୍ଟି କରିବା ଲାଗି ଭାରତକୁ କମ୍ପ୍ୟୁଟ୍ ବିଡ୍ ମିଳିସାରିଛି। ଏହା ଧାର୍ଯ୍ୟ ଲକ୍ଷ୍ୟ ୧୦ହଜାର ଜିପିୟୁ ଠାରୁ ବେଶ ଅଧିକ।
-ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ, ଆଇଟି ମନ୍ତ୍ରୀ
ଶ୍ରୀ ବୈଷ୍ଣବ କହିଥିଲେ, ପୂର୍ବରୁ ଭାରତ ମାତ୍ର ୭୦୦ ଜିପିୟୁ ବିଶିଷ୍ଟ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ବର୍ତ୍ତମାନର କ୍ଷମତା ଏହାଠାରୁ ଅନେକ ଗୁଣ ଅଧିକ। ଯେଉଁମାନେ ଇଣ୍ଡିଆ ଏଆଇ ମିଶନରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅପାର ସୁଯୋଗ ଓ ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ମଧ୍ୟ ଏଆଇ କମ୍ପୁଟ୍ ଫେସିଲିଟି ଓ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ।
ଏହି ଖବର ପଢ଼ନ୍ତୁ: ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବେ ନବୀନଙ୍କ ସପ୍ତରଥୀ