Death Threat Soro ଦୁଇ ଦିନ ତଳେ ପ୍ରେମିକାକୁ ପାଇବା ପାଇଁ, ଆଜି ପାରିବାରିକ କଳହ ଲାଗି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment

ଦୁଇ ଦିନ ତଳେ ଜଣେ  ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ ବିଷୟରେ ଆମେ ଜାଣିବାକୁ ପାଇଥିଲେ। ଆଜି କିନ୍ତୁ ମାନସିକ ଚାପରେ ଥିବା ଜଣେ ଯୁବକ mobile tower ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଦୁଇ ଦିନ ତଳେ ଜଣେ  ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ ବିଷୟରେ ଆମେ ଜାଣିବାକୁ ପାଇଥିଲେ। ଆଜି କିନ୍ତୁ ମାନସିକ ଚାପରେ ଥିବା ଜଣେ ଯୁବକ mobile tower ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

Untitled

young man attempts to die at soro Photograph: (sambad.in)

ସୋର: ଦୁଇ ଦିନ ତଳେ ଜଣେ  ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ ବିଷୟରେ ଆମେ ଜାଣିବାକୁ ପାଇଥିଲେ। ଆଜି କିନ୍ତୁ ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ମୋବାଇଲ ଟାୱାରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁସାରେ, ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚିବା ବେଳେକୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଉକ୍ତ ଯୁବକଙ୍କ ପତ୍ନୀ ବାହାଘରର ଅଳ୍ପ ଦିନ ପରେ ୪ ବର୍ଷ ହେବ ତାଙ୍କୁ ଛ‌ାଡ଼ି ଚାଲିଯାଇଥିଲେ। ଏହି କାରଣରୁ ସେ ପ୍ରାୟ ୪ ବର୍ଷ ହେବ ମାନସିକ ଅବସାଦ ଭିତରେ କାଳାତିପାତ କରୁଥିଲେ।

Two Bikers Death Accident ମୁଣ୍ଡରେ ଚଢ଼ିଗଲା ଟ୍ରଲର୍, ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ

ଗତ ୪ ତାରିଖରେ କେନ୍ଦୁଝରରେ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ବିଫଳ ପ୍ରେମିକର ମନେ ପଡ଼ିଲା ୧୯୭୫ରେ ମୁକ୍ତିଲାଭ କରିଥିବା ‘ଶୋଲେ’ ସିନେମାର କଥା। ଯେପରି ବୀରୁ ବସନ୍ତୀକୁ ପାଇବାକୁ ପାଣି ଟାଙ୍କିରେ ଚଢ଼ି ବସନ୍ତୀ ଓ ତାର ମାଉସୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ସେହି ପରି ଆଜି ଜଣେ ବିଫଳ ପ୍ରେମିକ ନିଜ ପ୍ରେମିକାକୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆଘାଟି ନିକଟରେ ନିର୍ମାଣାଧୀନ ଏକ ବିଦ୍ୟୁତ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲା।

ଆହୁରି ପଢ଼ନ୍ତୁ: Container Seized Cows Rescued ଗୋରୁ ବୋଝେଇ କଣ୍ଟେନର ଜବତ: ୨ ଗୋମାଫିଆ ଅଟକ, ୧୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

ମୋବାଇଲରେ କଥା କରାଇବା ପରେ ଯୁବକ ତଳକୁ ଓହ୍ଲାଇଥିଲେ

ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢ଼ି ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ | ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇବା ପରେ ଯୁବକ ତଳକୁ ଓହ୍ଲାଇଥିଲେI

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe