Young Man Death Accident ଯୁବକଙ୍କୁ ଦଳି ଦେଲା ଦ୍ରୁତଗାମୀ କାର୍, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

Advertisment

ବାଲିପାଟଣା ଥାନା ଜୟଦେବ ପଞ୍ଚାୟତ ମହୁଖଣ୍ଡା ହାତୀ ସାହି ଲୋକନାଥ ହାତୀଙ୍କ ପୁଅ ଚିତ୍ତରଞ୍ଜନ ହାତୀ ଓରଫ ଚିତୁ(୪୨)ଙ୍କର ରାତିରେ କାର୍ accidentରେ ମୃତ୍ୟୁ ହୋଇଛି| ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ।

ବାଲିପାଟଣା ଥାନା ଜୟଦେବ ପଞ୍ଚାୟତ ମହୁଖଣ୍ଡା ହାତୀ ସାହି ଲୋକନାଥ ହାତୀଙ୍କ ପୁଅ ଚିତ୍ତରଞ୍ଜନ ହାତୀ ଓରଫ ଚିତୁ(୪୨)ଙ୍କର ରାତିରେ କାର୍ accidentରେ ମୃତ୍ୟୁ ହୋଇଛି| ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ।

Untitled

young man dies in car accident Photograph: (sambad.in)

ବାଲିପାଟଣା: ବାଲିପାଟଣା ଥାନା ଜୟଦେବ ପଞ୍ଚାୟତ ମହୁଖଣ୍ଡା ହାତୀ ସାହି ଲୋକନାଥ ହାତୀଙ୍କ ପୁଅ ଚିତ୍ତରଞ୍ଜନ ହାତୀ ଓରଫ ଚିତୁ(୪୨)ଙ୍କ ଗତକାଲି ରାତି କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି| ଚିତୁ ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଭୁବନେଶ୍ୱରରେ ଛେନା, ପନିର ବେପାର ସାରି ଘରକୁ ଫେରୁଥିଲେ | ହଂସପାଳ ଓ ନିମାପଡ଼ା କେନାଲ ବନ୍ଧ ରାସ୍ତାର ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟରେ ତାଙ୍କ ବାଇକକୁ ପଛପଟୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା |

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ବାଇକ ସହ ଯୁବକଙ୍କୁ ୨୦୦ ମିଟର ଘୋଷାଡ଼ି ନେଇଥିଲା | ଲୋକେ ବହୁ କଷ୍ଟରେ କାର୍ ଚକା ତଳୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ବାଲିଅନ୍ତା ପୁଲିସ ଦୁର୍ଘଟଣା ଘଟାଇଥିବା କାର୍ ଓ ଚାଳକଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି |

ଆହୁରି ପଢ଼ନ୍ତୁ:  firing minor critical ଖେଳୁ ଖେଳୁ ଫୁଟିଲା ଗୁଳି: ନାବାଳକ ଗୁରୁତର, କଟକ ସ୍ଥାନାନ୍ତର

ଚିତୁଙ୍କ ଅକାଳ ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ | ରୋଜଗାରିଆ ସ୍ୱାମୀଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି | ମହୁଖଣ୍ଡା ଅଞ୍ଚକ ସ୍ତବ୍ଧ ହୋଇଯାଇଛି | ତେବେ ଆଜି ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ମହୁଖଣ୍ଡା ହାତୀ ସାହି ଠାରେ ରାସ୍ତାରୋକ କରିଛନ୍ତି | ଫଳରେ ହଂସପାଳରୁ ନିମାପଡ଼ା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଛି | ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଅଛି | 

ଆହୁରି ପଢ଼ନ୍ତୁ: PM Modi Somnath Temple ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କ୍ଷତିପୂରଣ  ଘୋଷଣା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ

ମୃତ ଚିତ୍ତରଞ୍ଜନଙ୍କ ପରିବାରକୁ କ୍ଷତିପୂରଣ  ଘୋଷଣା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି | ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe