Kidney Damage Symptoms:କିଡନୀକୁ ନେଇ ଚିନ୍ତିତ ରହୁଛନ୍ତି କି, ଆପଣାନ୍ତୁ ଏହି ଉପାୟ, କିଡନୀ ରହିବ ସୁସ୍ଥ

Advertisment

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ କିଡନୀ ଖରାଫ ହେବାରେ ଲାଗିଛି । ଏହି କ୍ଷେତ୍ରରେ ଆମେ କିଛି ମୌଳିକ ନିୟମ ପାଳନ କରି, ଆମ କିଡନୀକୁ ରୋଗ କବଳରୁ ରକ୍ଷା କରିପାରିବା....

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ କିଡନୀ ଖରାଫ ହେବାରେ ଲାଗିଛି । ଏହି କ୍ଷେତ୍ରରେ ଆମେ କିଛି ମୌଳିକ ନିୟମ ପାଳନ କରି, ଆମ କିଡନୀକୁ ରୋଗ କବଳରୁ ରକ୍ଷା କରିପାରିବା....

Follow these steps and your kidneys will stay healthy

Follow these steps and your kidneys will stay healthy Photograph: (sambad.in)

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ଆମ ରକ୍ତକୁ ଶୁଦ୍ଧ କରିବା  ସହ ଶରୀରରୁ ଅପରିଷ୍କାର ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଦୂଷିତ ଖାଦ୍ୟ ପାନୀୟର ସେବନ କରି ଆମେ ଆମ କିଡନୀକୁ ଖରାଫ କରିଥାଉ। ତେବେ ଏହାକୁ କାର୍ଯ୍ୟକ୍ଷମ ଏବଂ ସୁସ୍ଥ ରଖିବା ପାଇଁ କଣ କରିବା ଆସନ୍ତୁ ଜାଣିବା।

କିଡନୀକୁ ସୁସ୍ଥ ରଖିବେ କିପରି? 

ଆପଣ ଯଦି ନିଜ କିଡନୀକୁ ସଫା ରଖିବାର ଚାହୁଁଛନ୍ତି ତେବେ ପ୍ରଚୁର ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ଵାରା ଆପଣଙ୍କ ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରି ଯାଇଥାଏ। ଏହା କିଡନୀରେ ପଥର ହେବା ଆଶଙ୍କାକୁ ମଧ୍ୟ ବହୁତ ହ୍ରାସ କରିଥାଏ।

ଆହୁରି ପଢ଼ନ୍ତୁ:New Year 2026:ଆଗରୁ ୧୦ ମାସ ଥିଲା, ଶୀଘ୍ର ସରି ଯାଉଥିଲା ବର୍ଷ, ଆସନ୍ତୁ କ୍ୟାଲେଣ୍ଡରର କାହାଣୀ ଜାଣିବା...

ଲୁଣ ଏବଂ ଚିନିକୁ ନିୟନ୍ତ୍ରଣ କରନ୍ତୁ

ଖାଦ୍ୟରେ ଲୁଣ ମିଶାଇ ଖାଇବା ଦ୍ବାରା ଏହା କିଡନୀ ପାଇଁ ବିପଦ ସୃଷ୍ଟି କରିଥାଏ। ଅତ୍ୟଧିକ ଲୁଣ ରକ୍ତଚାପ ବୃଦ୍ଧି କରେ ଯାହା ସିଧାସଳଖ କିଡନୀର ଶିରାକୁ ପ୍ରଭାବିତ କରେ। ସେହିପରି ଅତ୍ୟଧିକ ଚିନି ସେବନ କରିବା ଦ୍ବାରା ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ ଯାହାକୁ କିଡନୀ କ୍ଷତିର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ। ସରଳ ଏବଂ କମ୍ ମସଲାଯୁକ୍ତ ଖାଦ୍ୟ କିଡନୀ ପାଇଁ ଭଲ ହୋଇଥାଏ । 

ପରାମର୍ଶ ବିନା ଔଷଧ ଖାଆନ୍ତୁ ନାହିଁ

ଲୋକମାନେ ପ୍ରାୟତଃ ସାମାନ୍ୟ ଯନ୍ତ୍ରଣା ପାଇଁ ନିଜେ ଔଷଧ ଖାଇବା ଆରମ୍ଭ କରିଦିଅନ୍ତି। ଏହି ଅଭ୍ୟାସ କିଡନୀ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ବିନା ବାରମ୍ବାର ଔଷଧ ଖାଇବା ଦ୍ଵାରା କିଡନୀ ଧୀରେ ଧୀରେ କାମ କରିବା ବନ୍ଦ କରିଦେଇଥାଏ। 

 ସକ୍ରିୟ ଜୀବନଶୈଳୀ ଆପଣାନ୍ତୁ

ଦିନରେ ଅତି କମରେ ଅଧ ଘଣ୍ଟା ଚାଲିବା କିମ୍ବା ଯୋଗ କରିବା କିଡନୀ ପାଇଁ ବହୁତ ଲାଭଦାୟକ ହୋଇଥାଏ।  ଯାହାଦ୍ବାରା ଶରୀରର ଓଜନ ସନ୍ତୁଳିତ ରହିଥାଏ ।ଫଳରେ କିଡନୀକୁ ସେମାନଙ୍କର କାର୍ଯ୍ୟ କରିବା ସହଜ ହୋଇଥାଏ। ଏହା ସହିତ ଆପଣଙ୍କ କିଡନୀକୁ ସର୍ବଦା ଭଲ ରଖିବା ପାଇଁ ଆପଣ ବର୍ଷକୁ ଅତି କମରେ ଥରେ କେଏଫଟି ବା  (କିଡନୀ ଫଙ୍କସନ୍ ଟେଷ୍ଟ) କରନ୍ତୁ।

ଆହୁରି ପଢ଼ନ୍ତୁ:Trump Warn Latin America Countries: ଭେନେଜୁଏଲା ପରେ ଏବେ ମେକ୍ସିକୋ,କ୍ୟୁବା ଆଉ କଲମ୍ବିଆ ପାଳି, ଟ୍ରମ୍ପ୍ ଦେଲେ ଧମକ

ରିପୋର୍ଟ: ଅର୍ପିତା ରଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe