ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ। ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡ଼ିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡ଼ିପାରେ। ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ। ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ। ରଙ୍ଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ। 

Advertisment

ଆହୁରି ପଢ଼ନ୍ତୁ: ଡିସେମ୍ବର ସୁଦ୍ଧା ପରିସ୍ଥିତି ଖରାପ ହେବାର ସଙ୍କେତ!: ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ

ଯେତେବେଳେ ବିଭିନ୍ନ ରଙ୍ଗ ସଂସ୍ପର୍ଶରେ ମଣିଷ ଆସେ ସେତେବେଳେ ତା’ର ମାନସିକ, ଭାବନାତ୍ମକ ଏବଂ ଶାରୀରିକ ଅବସ୍ଥାରେ ପରିବର୍ତ୍ତନ ଅନୁଭବ କରେ। ଯାହା ମାଧ୍ୟମରେ ଶକ୍ତି ବିସ୍ତାର ହୁଏ। ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ବ୍ୟବହୃତ ରଙ୍ଗ ଘରର ପରିବେଶକୁ ହାଲୁକା କରିଥାଏ। ଏବଂ ଏହା ଚିନ୍ତା ଏବଂ ଚାପରୁ ମୁକ୍ତି ଦେଇଥାଏ। ଚାରୋଟି ଦିଗ, ଚାରୋଟି କୋଣ, ଛାତ ଓ ଚଟାଣ ନିଦ୍ଧିଷ୍ଟ ରଙ୍ଗ ରହିଛି ଯାହାର ପ୍ରଭାବ ଗୃହସ୍ବାମୀ ଓ ଗୃହ ସନ୍ତାନ ମାନଙ୍କର ମଙ୍ଗଳ କରାଇଥାଏ।

  • ଗୃହର ଐଶାନ୍ୟ କୋଣ ସଦାସର୍ବଦା କ୍ରିମ୍‌ ବା ଘିଅ ରଙ୍ଗ, ଧଳା ଓ ହାଲୁକା ହଳଦିଆ ହେବା ଉଚିତ।
  •  ପୂର୍ବ ଦିଗକୁ ଯଦି ଅନୁମାନ କରିବା ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ହେବା ଉଚିତ।
  • ଦକ୍ଷିଣ-ପୂର୍ବ ଅଗ୍ନି କୋଣକୁ ବିଚାର ନେବା ତେବେ ଏହାର ରଙ୍ଗ ଗୋଲାପି କିମ୍ବା ଲାଲ୍‌ ହେବା ଉଚିତ। କାରଣ ଏହାର ସ୍ଥାନରେ ରୋଷେଇ ଘର ଥାଏ। ସେଠାରେ ଆମ କ୍ୟାରଅର୍‌, ବ୍ୟବସାୟର ଉନ୍ନତି ହୋଇଥାଏ।
  •  ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ନୈବିଦ୍ୟ କୋଣ ରଙ୍ଗ ହାଲୁକା ହଳଦିଆ ହେବା ଉଚିତ। ସୁଖ ସମୃଦ୍ଧି ଲାଭ ହୁଏ। ଘରେ ସ୍ଥିରତା ଆସେ, ‌ଆର୍ଥିକ ସ୍ଥିତି ଠିକ୍‌ ରୁହେ ଓ ରୋଗ ମୁକ୍ତ ରହେ।
  • ପଶ୍ଚିମକୁ ବିଚାର କଲେ ଏହାର କାନ୍ଥକୁ ହାଲୁକା ସର୍ଫ ରଙ୍ଗ କରିବା ଦରକାର।
  • ଉତ୍ତର-ପଶ୍ଚିମ କୋଣକୁ ସବୁଜ ଏବଂ ଧଳା ରଙ୍ଗ କରାଯାଇପାରେ।
  •  ଘରର ଛାତ ରଙ୍ଗ ଧଳା ହେବା ଶୁଭ।
  •  କଳା ବା ନୀଳ ହୁଏ ସର୍ବନାଶର କାରଣ ହୁଏ। ଏହାଦ୍ବାରା ବିନା କାରଣରେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼େ, କେସ୍‌ କଚେରୀ ବା ଋଣ ଗ୍ରସ୍ତରେ ଭାରାକ୍ରାନ୍ତ ହେବାକୁ ପଡ଼େ।
  •  ସବୁବେଳେ ଆସବାବ ପତ୍ର କାଠର ହେଲେ ଶୁଭ ଫଳ ମିଳିଥାଏ। କବାଟଗୁଡ଼ିକ ହାଲୁକା ରଙ୍ଗ ହେବା ଉଚିତ। କଳା ଓ ନୀଳ ସନ୍‌ମାଇକା ପରିତ୍ୟକ୍ତ କରିବା ଉଚିତ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବ ଦେଖି ରୋଗୀଙ୍କ ଆସ୍ତ୍ରୋପଚାର କରୁଥିଲେ ମାମୁଁ-ଭଣଜା