ସମସ୍ତେ ଚାହାଁନ୍ତି ସବୁ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେଉ। ହେଲେ କିଛି ଘରେ ପ୍ରାୟ ସମୟରେ ଅଶାନ୍ତି ଦେଖିବାକୁ ମିଳିଥାଏ। ସେହିପରି ସାନମାନେ ବଡ଼ଙ୍କୁ ଉଚିତ ସମ୍ମାନ ଦେଇ ନଥାନ୍ତି। ପତିପତ୍ନୀଙ୍କ ମଧ୍ୟ ସମ୍ପର୍କ ତିକ୍ତ ହୋଇଯାଇଥାଏ। ଭାଇ, ବାପା, ଦାଦା, ଭଉଣୀ ପରି ସମ୍ପର୍କରେ ମାନ ମତାନ୍ତର ଦେଖାଯାଇଥାଏ। ପ୍ରେମୀଯୁଗଳଙ୍କ ମଧ୍ୟରେ କିଛି ମତାନ୍ତର ଦେଖାଗଲେ ମଧ୍ୟ ବାହାଘରରେ ଅସୁବିଧା ହୋଇଯାଏ। ଏପରି ସମସ୍ୟାରେ ପଡୁଥିଲେ ଜାଣି ରଖନ୍ତୁ ଘରେ କିଛି ବାସ୍ତୁ ଦୋଷ ରହିଛି।
କୁହାଯାଏ ମଧୁର ସମ୍ପର୍କ ପାଇଁ କିଛିମାତ୍ରାରେ ଭାଗ୍ୟର ସହଯୋଗ ଦରକାର। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଭାଗ୍ୟ ହେଉଛି ବାସ୍ତୁ। ଏପରି ଭାଗ୍ୟ ସବୁ ଲୋକଙ୍କ ଆଖପାଖରେ କିଛି ମାତ୍ରାରେ ରହିଥାଏ। ଯାହା ଠିକ ରହିଲେ ଆପଣଙ୍କ ମଧ୍ୟରେ ଓ ଆଖପାଖରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ ଓ ଆପଣଙ୍କ ପରିବାରରେ ସମ୍ପର୍କରେ ମଧୁରତା ଆସିବ ବୋଲି କହିଛନ୍ତି ବାସ୍ତୁବିତ୍‌ ମନୋଜ ଲେଙ୍କା।

Advertisment

ଆହୁରି ପଢ଼ନ୍ତୁ: ଶାହିଦ କପୁରଙ୍କ ‘ଓ ରୋମିଓ’ ଟିଜର ରିଲିଜ୍‌, ଆକ୍ସନ୍ ଓ ଥ୍ରୀଲର୍‌ର ମଜା ପାଇବେ ଦର୍ଶକ

  • ଘରକୁ ସଫାସୁତରା ରଖିବା ସହିତ ଶୋଇବା ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ଫଟୋ ଉତ୍ତର ଓ ପୂର୍ବ ଦିଗରେ ଟାଙ୍ଗିବା ଉଚିତ।
  • ସାତଟି ମୟୂର ପଙ୍ଖା ଖଟର ଉପରି ଭାଗ କାନ୍ଥରେ ଲଗାଇ ରଖିବା ତେବେ ସମ୍ପର୍କର ସୁଧାର ଆସିବ।
  • ଦୁଇଟି ହଂସଙ୍କର ଫଟୋ ଯଦି ଉତ୍ତର ଦିଗରେ ରଖାଯାଏ ତେବେ ପ୍ରେମ ସମ୍ପର୍କରେ ମଧୁରତା ଆସିଥାଏ।
  • ଘରେ ସୁଗନ୍ଧିତ ପୁଷ୍ପ ରଖିବା ଦ୍ବାରା ନକରାତ୍କ ଶକ୍ତି ଦୂର ହୋଇଥାଏ
  • ମୟୂର ଚନ୍ଦ୍ରିକା ନବଗ୍ରହଙ୍କୁ ଶାନ୍ତ ରଖିବା ପାଇଁ ଯଥେଷ୍ଟ ଅଟେ
  • ଭାଲେନ୍‌ଣ୍ଟାଇନ୍‌ ଡେ ଦିନ ଯଦି ଯୋଡ଼ି ହଂସର ଉପହାର କିମ୍ବା ମୟୂର ଚନ୍ଦ୍ରିକାର ଉପହାର ଦିଆଯାଏ ତେବେ ପ୍ରେମିଯୁଗଳଙ୍କ ପ୍ରେମ ବଢ଼ିଥାଏ
  • ଏହି ଦିନ ଚନ୍ଦନ କାଠର ମୂର୍ତ୍ତି, ପରଫ୍ୟୁମ୍‌, ଦଉଡ଼ିବା ଘୋଡ଼ା, ସୁନାର ଲକେଟ, ଚାନ୍ଦି ଓ ସେନୋଲାଇଟ୍‌ର ଲକେଟ୍‌ ଉପହାରରେ ଦେବା ମଧ୍ୟ ଶୁଭଫଳ ଆଣିଥାଏ ଓ ସମ୍ପର୍କରେ ମଧୁରତା ଆସିଥାଏ
  • ଅଗ୍ନି କୋଣରେ ଗୋଟେ କେଜି ଘିଅ, ମହୁ ଓ ଗୁଡ଼ ରଖିବାଦ୍ବାରା ପରିବେଶ ଶାନ୍ତ ରୁହେ। 
  • ଘର ଦୁଆରରେ ସବୁ ବେଳେ ହାଲକା ରଙ୍ଗର ପେଣ୍ଟିଂ ଟାଙ୍ଗନ୍ତୁ। ଏହା ଆପଣଙ୍କୁ ଶାନ୍ତ ରଖିବା ସହ ଜୀବନସାଥୀଙ୍କ ସହ ସମ୍ପର୍କକୁ ମଧୁର ହେବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ତୁରନ୍ତ ବଦଳାନ୍ତୁ ଫୋନର ଏହି ସେଟିଙ୍ଗ: ନହେଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ