Advertisment

Benefits of reducing sugar in tea: ଚା’ରେ ଚିନି କମାଇବାର ଲାଭ

Advertisment

ଦୈନନ୍ଦିନ ଚା’ରେ ଚିନିର ପରିମାଣ ହ୍ରାସ କରିବା ଏକ ବଡ଼ କଥା ନ ଲାଗିପାରେ, କିନ୍ତୁ ଏହାଦ୍ବାରା ଆମ ଶରୀରକୁ ଆଶାତୀତ ଲାଭ ମିଳିଥାଏ। ଚିନି ଛାଡ଼ିବାର ପ୍ରାରମ୍ଭିକ ଦିନଗୁଡ଼ିକ ଆହ୍ବାନପୂର୍ଣ୍ଣ ହୋଇପାରେ, କାରଣ ଆମର ଜିହ୍ବା ଓ ମସ୍ତିଷ୍କ ଚିନି ଦ୍ବାରା ଶୀଘ୍ର ସନ୍ତୋଷରେ ଅଭ୍ୟସ୍ତ।

ଦୈନନ୍ଦିନ ଚା’ରେ ଚିନିର ପରିମାଣ ହ୍ରାସ କରିବା ଏକ ବଡ଼ କଥା ନ ଲାଗିପାରେ, କିନ୍ତୁ ଏହାଦ୍ବାରା ଆମ ଶରୀରକୁ ଆଶାତୀତ ଲାଭ ମିଳିଥାଏ। ଚିନି ଛାଡ଼ିବାର ପ୍ରାରମ୍ଭିକ ଦିନଗୁଡ଼ିକ ଆହ୍ବାନପୂର୍ଣ୍ଣ ହୋଇପାରେ, କାରଣ ଆମର ଜିହ୍ବା ଓ ମସ୍ତିଷ୍କ ଚିନି ଦ୍ବାରା ଶୀଘ୍ର ସନ୍ତୋଷରେ ଅଭ୍ୟସ୍ତ।

daggaddgdgadg

ଦୈନନ୍ଦିନ ଚା’ରେ ଚିନିର ପରିମାଣ ହ୍ରାସ କରିବା ଏକ ବଡ଼ କଥା ନ ଲାଗିପାରେ, କିନ୍ତୁ ଏହାଦ୍ବାରା ଆମ ଶରୀରକୁ ଆଶାତୀତ ଲାଭ ମିଳିଥାଏ। ଚିନି ଛାଡ଼ିବାର ପ୍ରାରମ୍ଭିକ ଦିନଗୁଡ଼ିକ ଆହ୍ବାନପୂର୍ଣ୍ଣ ହୋଇପାରେ, କାରଣ ଆମର ଜିହ୍ବା ଓ ମସ୍ତିଷ୍କ ଚିନି ଦ୍ବାରା ଶୀଘ୍ର ସନ୍ତୋଷରେ ଅଭ୍ୟସ୍ତ। ଚିନି ଛାଡ଼ିବା ପରେ ଆମେ ଚିନି ପାଇଁ ବ୍ୟାକୁଳ ହୋଇପାରନ୍ତି, ଶକ୍ତି ହ୍ରାସ ଅନୁଭବ କରିପାରନ୍ତି, କିମ୍ବା ସାମାନ୍ୟ ମୁଣ୍ଡବିନ୍ଧା ମଧ୍ୟ ଅନୁଭବ କରିପାରନ୍ତି। କାରଣ ଆମ ଶରୀର ପୂର୍ବରୁ ଅଭ୍ୟସ୍ତ ହୋଇପଡ଼ିଥିବା ଦ୍ରୁତ ଗ୍ଲୁକୋଜ୍ ବୃଦ୍ଧିର ଅନୁପସ୍ଥିତି ସହ ଖାପ ଖୁଆଇବା ଆରମ୍ଭ କରିଥାଏ।

Fish Death: ଖଡଖାଇ ନଦୀରେ କଇଁଛ, ମାଛ ମଡ଼କ

ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟମାନଙ୍କ କହିବାନୁସାରେ, ବିନା ଚିନିରେ ଚା’ ଅଭ୍ୟାସ କରିବାର ପ୍ରଥମ ସପ୍ତାହ ପରେ ଶରୀରର ରକ୍ତ ଶର୍କରା ସ୍ତର ସ୍ଥିର ହେବା ଆରମ୍ଭ କରେ। ବାରମ୍ବାର ଚିନି ମାତ୍ରାରେ ତୀବ୍ର ବୃଦ୍ଧି ବିହୁନେ ଆମର ଇନସୁଲିନ୍ ସମ୍ବେଦନଶୀଳତା ଉନ୍ନତ ହୋଇଥାଏ, ଯାହା ଶରୀରକୁ ଅଧିକ ଦକ୍ଷତାର ସହ ଶକ୍ତି ବ୍ୟବହାର କରିବାକୁ ଅନୁମତି ଦିଏ। ଖାଇବା ପରେ କମ୍ ଆବେଗିକ ପରିବର୍ତ୍ତନ ଏବଂ କମ୍ ଥକାପଣ ଲକ୍ଷ୍ୟ କରାଯାଇପାରେ।

Gajapati Utsav: ଗଜପତି ଉତ୍ସବରେ ଦର୍ଶକଙ୍କ ହୃଦୟ ଜିତିଲେ କଳାକାର

ପ୍ରାୟ ଦୁଇ ସପ୍ତାହ ପରେ ସ୍ୱାଦର ଭାବନା ପୁନଃସ୍ଥାପିତ ହେବା ଆରମ୍ଭ କରେ। ଚା’, କ୍ଷୀର କିମ୍ବା ଫଳର ପ୍ରାକୃତିକ ମିଠା ଯଥେଷ୍ଟ ଶକ୍ତିଶାଳୀ ଅନୁଭବ ହେବା ଆରମ୍ଭ ହୁଏ। ମାସର ଶେଷ ସୁଦ୍ଧା ତଜ୍ଜନିତ ଲାଭଗୁଡ଼ିକ ଅଧିକ ଦୃଶ୍ୟମାନ ହୁଏ। ଚିନି ବିନା କ୍ୟାଲୋରି ଗ୍ରହଣ କମିଯିବାରୁ ବିଶେଷ କରି ଅଣ୍ଟା ପାଖରେ ଟିକିଏ ଓଜନ ହ୍ରାସ ମନେହେବ। କମ୍‌ ଚିନି ସେବନ ମଧ୍ୟ ବ୍ରଣ ଓ ଚର୍ମ ପ୍ରଦାହରେ ଉନ୍ନତି ସହ ଜଡ଼ିତ। ଏହାଦ୍ବାରା ଶରୀରର ଆଭ୍ୟନ୍ତରୀଣ ସ୍ତରରେ ହୃତ୍‌ପିଣ୍ଡ ଓ ଯକୃତ ମଧ୍ୟ ଲାଭବାନ ହେବେ। ଚିନି କମ୍‌ କରିବା ଦ୍ବାରା ଖରାପ କୋଲେଷ୍ଟ୍ରଲ୍ ସ୍ତର ହ୍ରାସ ହେବା ସହ ଫ୍ୟାଟି ଲିଭର୍ ଆଶଙ୍କା ମଧ୍ୟ କମିଥାଏ। ସର୍ବୋପରି ଥରେ ବିନା ଚିନିରେ ଚା’ ପିଇବାରେ ଅଭ୍ୟସ୍ତ ହୋଇଗଲେ, ଆଉ ପଛକୁ ଫେରିବା ଦରକାର ପଡ଼େନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe