Trataka Yoga: ଆପଣ ଦୃଷ୍ଟିଶକ୍ତି ଜନିତ ସମସ୍ୟାରେ ପୀଡିତ କି ? ଆଖି ପାଇଁ ଭାରି ଭଲ ତ୍ରାଟକ ଯୋଗ... ଜାଣନ୍ତୁ ଏହା କଣ ଓ କେତେ ସମୟ କରିବେ ?

ଅତ୍ୟଧିକ ମୋବାଇଲ୍‌ ବ୍ୟବହାର, କମ୍ପ୍ୟୁଟର ସାମନାରେ କାମ କରିବା ଓ କୌଣସି କାରଣ ବସତଃ ମାନସିକ ଅଶାନ୍ତି ଦେଖାଯାଉଛି। ଏ ସବୁଥିରୁ ମୁକ୍ତି ପାଇଁ ଆମେ ତ୍ରାଟକ ଯୋଗ କରିପାରିବା। ଏହି ଅଭ୍ୟାସ ଦ୍ବାରା ଆଖି ପରିଷ୍କାର ଓ ଉଜ୍ଜଳ ଦେଖାଯାଏ ।

Trataka yoga

Trataka yoga Photograph: (sambad.in)

ଭୁବନେଶ୍ବର: ଆଜିକାଲି ଦୃଷ୍ଟିଶକ୍ତି ଜନିତ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଅତ୍ୟଧିକ ମୋବାଇଲ୍‌ ବ୍ୟବହାର, କମ୍ପ୍ୟୁଟର ସାମନାରେ କାମ କରିବା ଓ କୌଣସି କାରଣ ବସତଃ ମାନସିକ ଅଶାନ୍ତି ଦେଖାଯାଉଛି। ଏ ସବୁଥିରୁ ମୁକ୍ତି ପାଇଁ ଆମେ ତ୍ରାଟକ ଯୋଗ କରିପାରିବା। ଏହି ଅଭ୍ୟାସ ଦ୍ବାରା ଆଖି ପରିଷ୍କାର ଓ ଉଜ୍ଜଳ ଦେଖାଯାଏ । ସ୍ନାୟୁ ତନ୍ତ୍ରରେ ଭାରସାମ୍ୟ ଆସିଯାଏ, ସ୍ନାୟବିକ ଚାପ, ଉଦ୍‌ବେଗ, ଅବସାଦ ଏବଂ ଅନିଦ୍ରା ଦୂର ହୁଏ। ସ୍ମରଣ ଶକ୍ତି, ମନର ଏକାଗ୍ରତା ଓ ଇଚ୍ଛାଶକ୍ତିର ଉନ୍ନତି ହୁଏ। 

ତ୍ରାଟକ ଅର୍ଥ ‘ଦେଖିବା’। ଏହା ଦୈହିକ ଓ ମାନସିକ ଅଭ୍ୟାସ ମଧ୍ୟରେ ଗୋଟିଏ ସୋପାନ ପରି ଯାହା ସାହାଯ୍ୟରେ ଉଚ୍ଚ ଚେତନାର ସ୍ଥିତିରେ ପହଞ୍ଚି ହୁଏ। ଏହାକୁ କରିବାକୁ ହେଲେ ପ୍ରଥମେ

* ମହମବତୀ ଜଳାଇ ଗୋଟିଏ ଛୋଟ ଟେବୁଲ୍‌ ଉପରେ ରଖନ୍ତୁ ଯେପରି ବସିଲେ ତା’ର ଶିଖା ଆଖି ଉଚ୍ଚରେ ରହିବ। 
* ଯେକୌଣସି ଆରାମଦାୟକ ଧ୍ୟାନାସନରେ ବସନ୍ତୁ, ଯେପରି ମୁଣ୍ଡ ଓ ମେରୁଦଣ୍ଡ ସିଧା ରହିବ।
* ନିଜର ସ୍ଥିତିକୁ ସଜାଡ଼ି ନିଅନ୍ତୁ ‌ଯେପରି ମହମବତୀ ଗୋଟିଏ ହାତ ଦୂରରେ ରହିବ।
* ଆଖି ବନ୍ଦ କରନ୍ତୁ ଏବଂ ସାରା ଦେହ ଢ଼ିଲା କରନ୍ତୁ, ବିଶେଷ କରି ଆଖି।
* କିଛି ମିନିଟ୍‌ ପାଇଁ ଦେହର ସ୍ଥିରତା ପ୍ରତି ଲକ୍ଷ୍ୟ କରନ୍ତୁ। ଅଭ୍ୟାସ ଶେଷ ପର୍ଯ୍ୟନ୍ତ ଦେହ ସଂପୂର୍ଣ୍ଣ ସ୍ଥିର ରହିବ। ଆଖି ‌ଖୋଲନ୍ତୁ, ବଳିତାର ଅଗକୁ ସ୍ଥିର ଭାବରେ ଦେଖନ୍ତୁ।

* ଶିଖା ସାମାନ୍ୟ ହଲି ପାରେ କିନ୍ତୁ ବଳିତାର ଅଗ ସବୁବେଳେ ସ୍ଥିର ରହିବ।
* ଚେଷ୍ଟା କରନ୍ତୁ ଯେପରି ଆଖିପତା ନ ପଡ଼େ ବା ଡୋଳା ନ ଘୂରେ।
* ଏହାଦ୍ବାରା ଆଖିରେ ଜୋର୍‌ ପଡ଼ି ଆଖି ମିଟ୍‌ ମିଟ୍‌ ହୋଇପାରେ।
* ବଳିତାରେ ସତର୍କ ଦୃଷ୍ଟି ଏତେ କେନ୍ଦ୍ରୀଭୂତ ହେବ ଯେ, ଦେହରୁ ଲକ୍ଷ୍ୟ ଚାଲିଯିବ।
* ମନ ଘୂରିବାକୁ ଲାଗିଲେ ଧୀ‌ର ଭାବେ ମନକୁ ଅଭ୍ୟାସ ଆଡ଼କୁ ଆଣିବେ।
* ମିନିଟ୍‌, ଦୁଇ ମିନିଟ୍‌ ପରେ ଆଖି ହାଲିଆ ହୋଇଗଲେ ବା ପାଣି ବାହାରିଲେ ଧୀରେ ଆଖିକୁ ବନ୍ଦ କରନ୍ତୁ।
* ବନ୍ଦ ଆଖି ସାମନାରେ ଥିବା ସ୍ଥାନରେ ଶିଖାର ସ୍ପଷ୍ଟ ପ୍ରତିବିମ୍ବକୁ ରଖନ୍ତୁ।
* ଯଦି ଏହି ପ୍ରତିବିମ୍ବ ତଳକୁ ବା ଉପରକୁ ବା କଡ଼କୁ କଡ଼ ହେଉଛି, ତେବେ ଏହା ଦେଖନ୍ତୁ ଏବଂ ଏହାକୁ ସ୍ଥିର କରିବାକୁ ସ୍ଥିର କରନ୍ତୁ।
* ପ୍ରତିବିମ୍ବଟି ଫିକା ପଡ଼ିଗଲେ ପୁଣି ତା’କୁ ଭଲ ଭାବରେ ଦେଖିବାକୁ ଚେଷ୍ଟା କରନ୍ତୁ। 
* ଯେତେବେଳେ ପ୍ରତିବିମ୍ବଟିକୁ ଆଉ ବନ୍ଦ ଆଖି ମଧ୍ୟରେ ଧରି ରଖିହେବ ନାହିଁ ସେତେବେଳେ ଧୀରେ ଆଖି ଖୋଲନ୍ତୁ ଏବଂ ପୁଣି ବଳିତା ଆଗକୁ ରଖନ୍ତୁ।

ଆହୁରି ପଢନ୍ତୁ- Chhapan Bhog: କାହିଁକି କୁହାଯାଏ ଛପନଭୋଗ ? କିଏ ଦେଲା ଏମିତି ନାଁ ? କଣ ରହିଛି ଛପନଭୋଗର ରହସ୍ୟ...

* ଖୋଲା ଆଖିରେ ପ୍ରଜ୍ବଳିତ ଶିଖାରେ ପୁଣି ଏକାଗ୍ର ଭାବରେ ଦୃଷ୍ଟି ନିବଦ୍ଧ କରନ୍ତୁ।
* ଏହି ଭ୍ୟାସକୁ ୩ରୁ ୪ ଥର ପୁରାବୃତ୍ତି କରନ୍ତୁ।

ନୂତନ ଅଭ୍ୟାସକାରୀ ୧ରୁ ୨ ମିନିଟ୍‌ ପାଇଁ ମାତ୍ର ତ୍ରାଟକ କରିବେ। ସାଧାରଣ ଉଦ୍ଦେଶ୍ୟ ପାଇଁ ୧୦ ମିନିଟ୍‌ ଅଭ୍ୟାସ ଯଥେଷ୍ଟ। ଆଧ୍ୟାତ୍ମିକ ଜାଗରଣ ପାଇଁ ବା ଆଖିଦୋଷ ଦୂର କରିବା ପାଇଁ ଚିକିତ୍ସକ ବା ଶିକ୍ଷକଙ୍କ ପରାମର୍ଶରେ ଆହୁରି ଲମ୍ବା ସମୟ ଅଭ୍ୟାସ କରିପାରେ। ଅନିଦ୍ରା ବା ମାନସିକ ଚାପରେ ଆକ୍ରାନ୍ତ ବ୍ୟକ୍ତି ଶୋଇବା ପୂର୍ବରୁ ୧୦ରୁ ୧୫ ମିନିଟ୍‌ ତ୍ରାଟକ ଅଭ୍ୟାସ କରିଲେ ଭଲ ନିଦ୍ରା ହୋଇଥାଏ।

ଆହୁରି ପଢନ୍ତୁ- Career Tips: ବାଟ ଦେଖାଉଛନ୍ତି ଗୁରୁ... ଏବେ ଶିକ୍ଷକମାନେ ସାଜିଛନ୍ତି କ୍ୟାରିୟର ମେଣ୍ଟର

ରିପୋର୍ଟ- ପ୍ରଗତି ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe