ଜୀବନଶୈଳୀ ବଦଳୁଛି। ଆଉ ତାହା ସହିତ ବଦଳୁଛି ଆମ ଚାଲିଚଳନ, ଖାଦ୍ୟପେୟ ଓ ରହଣୀସହଣୀ। ତେଣୁ ଏହାକୁ କଣ୍ଟୋଲ୍‌ କରିବା ପାଇଁ ଆମକୁ ପ୍ରତିଦିନ ଯୋଗର ଅଭ୍ୟାସ ରଖିବାକୁ ପଡ଼ିବ। ଦିନକୁ ଦିନ ଶରୀର ଦୁର୍ବଳ ହେବାରେ ଲାଗିଛି। ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛେ। ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ବାରା ମାଂସପେଶୀଗୁଡ଼ିକ ସମ୍ପ୍ରସାରିତ ହୋଇଥାଏ। ଶରୀରକୁ ଉଷ୍ଣ କରିଥାଏ। ଏହାଦ୍ବାରା ତଳିପେଟର ଅର୍ଗାନଗୁଡ଼ିକ ମିଳିତ ଭାବେ କାମ କରିଥାଏ, ଯାହା ଦ୍ବାରା ରକ୍ତ କଣିକା ବା ବ୍ଲଡ୍ ସୁଗାର୍ ସନ୍ତୁଳନ ହେବାରେ ସାହାଯ୍ୟ କରିଥାଏ।  ଡାଇବେଟିସ୍ ବା ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ। ଅନିୟମିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ କାରଣରୁ ଧୀରେ ଧୀରେ ମଧୁମେହ ଅନେକଙ୍କୁ ଗ୍ରାସ କରିବାରେ ଲାଗିଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଯୋଗାସନ ଓ ପ୍ରାଣାୟାମ କରିବା ଦ୍ବାରା ଶରୀର ସୁସ୍ଥ ଓ ନୀରୋଗ ରହିପାରିବେ।

Advertisment

ମଧୁମେହ ନିୟନ୍ତ୍ରଣରେ ଯୋଗର ଭୂମିକା

ସୂର୍ଯ୍ୟ ନମସ୍କାର: 

ସୂର୍ଯ୍ୟ ନମସ୍କାରରେ ଗୋଟିଏ ରାଉଣ୍ଡରେ ୧୨ଟି ଆସନ ଥାଏ। ପ୍ରତିଦିନ ୧୦ ରୁ ୧୨ ଟି ରାଉଣ୍ଡ କରିବା ଦ୍ବାରା ମଧୁମେହ ରୋଗୀଙ୍କ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ।

ଧନୁରାସନ: 

ନିୟମିତ ଧନୁରାସନ କରିବା ଦ୍ବାରା ଶରୀରର ଅନାବଶ୍ୟକ ଚର୍ବି କମିଥାଏ। ଯକୃତ୍ ଏବଂ ପାକସ୍ଥଳୀକୁ ସକ୍ରିୟ ରଖୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଲାଭପ୍ରଦ ହୋଇଥାଏ।

ଆହୁରି ପଢ଼ନ୍ତୁ: ପୁରୁଷଙ୍କୁ ଲୋଡ଼ା ଅଧିକ ବ୍ୟାୟାମ

ପଶ୍ଚିମୋତ୍ତାନସନ:

ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ପଶ୍ଚିମୋତ୍ତାନସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ଏହି ଆସନ କରିବା ଦ୍ବାରା ତଳିପେଟ ଏବଂ ପାକସ୍ଥଳୀକୁ ସମ୍ପ୍ରସାରଣ କରିଥାଏ। ପ୍ରାତଃ ସମୟରେ ଏହି ଆସନ କରାଯିବ ଭଚିତ। ଏହା ରୋଗୀଙ୍କ ଚିନ୍ତା ମଧ୍ୟ ଦୂର କରେ।  
 ସେହିପରି ବିପରୀତ କରଣୀ ଆସନ, ଭୁଜଙ୍ଗାସନ ଶବାସନ ସହିତ ନାଡ଼ି ଶୁଦ୍ଧି ପ୍ରାଣାୟାମ   କରାଯାଇପାରିବ। ପ୍ରତିଦିନ ଏହି ସବୁ ଆସନ ଓ ପ୍ରାଣାୟାମ କରିବା ଦ୍ବାରା ମନୁଷ୍ୟ ଶରୀରର ଇନ୍‌ସୁଲିନ ଯୋଗାଉଥିବା ପାଚନଗ୍ରନ୍ଥି ଉନ୍ନତି ହୋଇଥାଏ। ଯାହାକି ଟାଇପ୍ - ୧ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ବୋଲି କହିଛନ୍ତି ଯୋଗ ପ୍ରଶିକ୍ଷକ ରଞ୍ଜନ କୁମାର ପାତ୍ର।