Excessive gastric acid: ଅତ୍ୟଧିକ ଗ୍ୟାସ୍‌ଟ୍ରିକ୍‌ ହୋଇପାରେ ମୃତ୍ୟୁର କାରଣ

Advertisment

ଆମ ରାଜ୍ୟରେ ତିନିଟି ପ୍ରମୁଖ କାରଣ ପାଇଁ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଦୂଷିତ ଖାଦ୍ୟପଦାର୍ଥ ଓ ପାନୀୟ ଜଳ ଦ୍ବାରା ଏହି ସମସ୍ୟା ବଢ଼ିଥାଏ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ହେଲିକୋବ୍ୟାକ୍ଟର ପାଇଲୋରି ଇନ୍‌ଫେକ୍ସନ୍‌ର ମାତ୍ରା ଅଧିକ ତେଣୁ ଏହି ସମସ୍ୟା ଆମ ରାଜ୍ୟରେ ଅଧିକ।

ଆମ ରାଜ୍ୟରେ ତିନିଟି ପ୍ରମୁଖ କାରଣ ପାଇଁ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଦୂଷିତ ଖାଦ୍ୟପଦାର୍ଥ ଓ ପାନୀୟ ଜଳ ଦ୍ବାରା ଏହି ସମସ୍ୟା ବଢ଼ିଥାଏ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ହେଲିକୋବ୍ୟାକ୍ଟର ପାଇଲୋରି ଇନ୍‌ଫେକ୍ସନ୍‌ର ମାତ୍ରା ଅଧିକ ତେଣୁ ଏହି ସମସ୍ୟା ଆମ ରାଜ୍ୟରେ ଅଧିକ।

sfhfhfhsxbv

 ଦିନକୁ ଦିନ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ବଢ଼ିବାକୁ ଲାଗିଲାଣି? ଏହାର ମୂଳ କାରଣ କ’ଣ?
ଆମ ରାଜ୍ୟରେ ତିନିଟି ପ୍ରମୁଖ କାରଣ ପାଇଁ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଦୂଷିତ ଖାଦ୍ୟପଦାର୍ଥ ଓ ପାନୀୟ ଜଳ ଦ୍ବାରା ଏହି ସମସ୍ୟା ବଢ଼ିଥାଏ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ହେଲିକୋବ୍ୟାକ୍ଟର ପାଇଲୋରି ଇନ୍‌ଫେକ୍ସନ୍‌ର ମାତ୍ରା ଅଧିକ ତେଣୁ ଏହି ସମସ୍ୟା ଆମ ରାଜ୍ୟରେ ଅଧିକ। ଅନ୍ୟ ଏକ ଦିଗ ହେଉଛି ଯେଉଁମାନେ ପେନ୍‌କିଲର୍‌ ଅଧିକ ମାତ୍ରାରେ ଖାଉଛନ୍ତି ସେମାନଙ୍କଠାରେ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଅଧିକ ଦେଖାଯାଉଛି। ତମାଖୁ ସେବନ ଓ ଫାଷ୍ଟ୍‌ଫୁଡ୍‌ ଖାଇବା ଦ୍ବାରା ମଧ୍ୟ ଗ୍ୟାସ୍‌ଟ୍ରିକ୍‌ ହୋଇଥାଏ। 

Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା

 ଗ୍ୟାସ୍‌ଟ୍ରିକ୍‌ ସମସ୍ୟାର ସାଧାରଣ ଲକ୍ଷଣଗୁଡ଼ିକ କ’ଣ?
‌ଅଳ୍ପ ଖାଇବା ପରେ ପେଟ ପୂରିବା ଭଳି ଲାଗିବା, ପେଟ ଫୁଲି ରହିବା, ଶରୀର ଓଜନ ଲାଗିବା, ଜଳାପୋଡ଼ା ଲାଗିବା, ଆମ୍ଳିଳା ହାକୁଟି ଆଦି ଗ୍ୟାସ୍‌ଟ୍ରିକ୍‌ ହେବାର ଲକ୍ଷଣ। ଯଦି ଅଧିକ ହୋଇ ଅଲସର୍‌ ହୋଇଯାଏ ତେବେ କଳା ଝାଡ଼ା, ରକ୍ତବାନ୍ତି ଓ କ୍ୟାନ୍‌ସର ହୋଇପାରେ।

 ଏହି ସମସ୍ୟା ଯୋଗୁଁ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି?
ପାକସ୍ଥଳୀରେ ଘା ହେବା, ଅନ୍ତନଳୀରେ ଘା ହୋଇଯିବାର ଆଶଙ୍କା ରହିଛି। କ୍ୟାନ୍‌ସର ହେବାର ଆଶଙ୍କା ମଧ୍ୟ ଅଛି। 

Job: ବେକାରି ହାର ୬.୭%କୁ ହ୍ରାସ: ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଅଧିକ ଲୋକଙ୍କୁ ନିଯୁକ୍ତି

 ଅତ୍ୟଧିକ ଗ୍ୟାସ୍‌ଟ୍ରିକ୍‌ ହେବା ଜୀବନ ପ୍ରତି ବିପଜ୍ଜନକ କି?
ନିଶ୍ଚିତ ଭାବରେ। ହାଲୁକା ପ‌ରିମାଣରେ ଗ୍ୟାସ୍‌ ହୋଇଗଲେ ଏହାକୁ ଭଲ କରି ହୁଏ। କିନ୍ତୁ ଏହାର ମାତ୍ରା ଅଧିକ ହୋଇଗଲେ ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସର, ଅନ୍ତନଳୀରେ କଣା ହୋଇଯାଏ ଯାହାଦ୍ବାରା ରୋଗୀଟି ଦୁର୍ବଳ ହୋଇ ମୃତ୍ୟୁ ମୁଖରେ ପଡ଼ିପାରେ। 

 ଗ୍ୟାସ୍‌ଟ୍ରିକ୍‌ ସମସ୍ୟାର ଘରୋଇ ଉପଚାର କ’ଣ ରହିଛି?
ସନ୍ତୁଳିତ ଖାଦ୍ୟ ଖାଇବା, ବ୍ୟାୟାମ କରିବା, ସ୍ବଚ୍ଛ ପାନୀୟ ଜଳ ପିଇବା, ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ନାହିଁ ଏବଂ ତମାଖୁ ସେବନରୁ ନିଜକୁ ଦୂରେଇ ରଖିବା ଭଳି ପଦକ୍ଷେପ ଲାଭଦାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe