Bridal Skincare Tips:ବିବାହ ପୂର୍ବରୁ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ କିପରି ଚମକାଇବେ, ଆସନ୍ତୁ ଜାଣିବା

Advertisment

ସମସ୍ତଙ୍କ ପାଇଁ ନିଜ ବିବାହ ଦିନ ଏକ ବିଶେଷ ଦିନ ହୋଇଥାଏ। ଏହି ଦିନଟିକୁ ଖାସ କରିବା ପାଇଁ ସମସ୍ତେ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି। ବିଶେଷ କରି ମହିଳାମାନେ ଏଥିପ୍ରତି ଅଧିକ ଚିନ୍ତାଶୀଳ ହୋଇଥାଆନ୍ତି ....

ସମସ୍ତଙ୍କ ପାଇଁ ନିଜ ବିବାହ ଦିନ ଏକ ବିଶେଷ ଦିନ ହୋଇଥାଏ। ଏହି ଦିନଟିକୁ ଖାସ କରିବା ପାଇଁ ସମସ୍ତେ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି। ବିଶେଷ କରି ମହିଳାମାନେ ଏଥିପ୍ରତି ଅଧିକ ଚିନ୍ତାଶୀଳ ହୋଇଥାଆନ୍ତି ....

skin glow through home remedies before marriage

skin glow through home remedies before marriage Photograph: (sambad.in)

ବିବାହ ସମୟରେ ସମସ୍ତେ ସୁନ୍ଦର ଲାଗିବାକୁ ଚେଷ୍ଟା କରିଥାଆନ୍ତି । ବିଶେଷ କରି ମହିଳାମାନେ ବ୍ରାଇଡାଲ୍ ଲୁକ୍ ପାଇଁ  ଅଧିକ ଚିନ୍ତିତ ଥାଆନ୍ତି । ସମସ୍ତେ ସେମାନଙ୍କ ବିବାହ ଦିନ କ୍ୟାମେରା ଆଗରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି।  

ନିଜକୁ ସୁନ୍ଦର କରିବା ପାଇଁ ଯେତେବେଳେ ବିୟୁଟି ପାର୍ଲରକୁ ଯାଇଥାଉ ସେତେବେଳେ ଆମକୁ ଅନେକ ଟଙ୍କା ଖର୍ଚ୍ଚ କରିବାରୁ ପଡିଥାଏ। କିନ୍ତୁ ଆମେ ଆପଣଙ୍କ ପାଇଁ କିଛି ବ୍ରାଇଡାଲ୍ କିମ୍ବା ତ୍ୱଚା ଯତ୍ନ ଟିପ୍ସ ଆଣିଛୁ। ଯାହାକୁ ଆପଣ ଆପଣଙ୍କ ବିବାହ ପୂର୍ବରୁ ଅନୁସରଣ କଲେ ଏହା ଭଲ ଫଳ ଦେଇଥାଏ।

ଆହୁରି ପଢ଼ନ୍ତୁ:Nepal Lift Ban: ଭାରତୀୟ ଟଙ୍କାକୁ ନେଇ ବଡ଼ ଖବର: ଏବେ ନେପାଳରେ ଚଳିବ ୨୦୦-୫୦୦ ଟଙ୍କିଆ ନୋଟ୍
 
ବିବାହ ପୂର୍ବରୁ କିପରି ନେବେ ନିଜ  ତ୍ୱଚା ଯତ୍ନ:

ସବୁଦିନ ମୁହଁ ଧୁଅନ୍ତୁ 

ପ୍ରତିଦିନ ତ୍ୱଚାକୁ ଧୁଅନ୍ତୁ । ତ୍ୱଚାକୁ ଧୋଇବା ପାଇଁ କୌଣସି ଭଲ କମ୍ପାନିର  ଫେସ୍ ୱାଶ୍ ବ୍ୟବହାର କରନ୍ତୁ ।  ଦିନକୁ ଥରେ ଆପଣଙ୍କ ତ୍ୱଚାକୁ ହାଲୁକା ଭାବରେ ଧୁଅନ୍ତୁ। ଏହା ଆପଣଙ୍କ ଚର୍ମରୁ ମଇଳା ଏବଂ ତେଲ ବାହାର କରିବା ସହ ଆପଣଙ୍କ ଛିଦ୍ରଗୁଡ଼ିକୁ ସଫା କରିବ। ତା'ପରେ, ଉଷୁମ ପାଣିରେ ବାଷ୍ପ ନିଅନ୍ତୁ। ଆପଣଙ୍କ ଛିଦ୍ରଗୁଡ଼ିକୁ ଖୋଲିବା ଏବଂ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସହାୟକ ହେବ। କିନ୍ତୁ ଏହି ବାଷ୍ପ କେବଳ ୫ ମିନିଟ୍ ପାଇଁ ନିଅନ୍ତୁ। 

ହାଲୁକା ସ୍କ୍ରବ କିମ୍ବା ଫେସ ପ୍ୟାକ୍ ଲଗାନ୍ତୁ 

ତ୍ୱଚା ଭଲଭାବରେ ପରିଷ୍କାର ହେବା ହାଲୁକା ସ୍କ୍ରବ କିମ୍ବା ଫେସ୍ ପ୍ୟାକ୍ ଲଗାନ୍ତୁ। ମନେ ରଖିବେ ସ୍କ୍ରବକୁ ବେଶୀ ମୁହଁରେ ଘଷିବେ ନାହିଁ। ଏହାପରେ ମୁହଁକୁ ଭଲଭାବରେ ଧୋଇଦେଲା ପରେ ଫେସିଆଲ ମାସ୍କ ଲଗାନ୍ତୁ। ଫେସିଆଲ ମାସ୍କ ଭାବରେ ଆପଣ ଦହି ,ମହୁ କିମ୍ବା ଆଲୋଭେରାକୁ ବ୍ୟବହାର କରିପାରିବେ । ଏହାକୁ  ପନ୍ଦର ମିନିଟ ଲଗାଇବା ପରେ ଥଣ୍ତା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ନରମ ଏବଂ ହାଇଡ୍ରେଟେଡ୍ ରଖିବ।

ଥଣ୍ଡା ଟୋନର ଏବଂ ମସାଜ

ଫେସ୍ ମାସ୍କକୁ ଧୋଇବା ପରେ ଏକ କୁଲିଂ ଟୋନର କିମ୍ବା ଗୋଲାପ ଜଳ କୁ ଆପଣଙ୍କ ତ୍ୱଚାରେ ଥାପନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ। 

ମଇଶ୍ଚରାଇଜିଂ କରନ୍ତୁ

ଆପଣଙ୍କ ତ୍ୱଚାକୁ ମଇଶ୍ଚରାଇଜ କରନ୍ତୁ। ଏହାକୁ ନରମ ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଏକ ହାଲୁକା ଅଣ-ତୈଳଯୁକ୍ତ ମଇଶ୍ଚରାଇଜର ଲଗାନ୍ତୁ। ମାର୍କେଟରେ ଆପଣଙ୍କୁ ସହଜରେ ଭଲ କମ୍ପାନୀର ମଇଶ୍ଚରାଇଜ ମିଳିଯିବ। ଯଦି ଆପଣଙ୍କର ତ୍ୱଚାରେ ବ୍ରଣ ଅଛି, ତେବେ ସକାଳୁ ମୁହଁ ଧୋଇବା ପୁର୍ବରୁ ବାସି ଛେପ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ।  

ପ୍ରଚୁର ପାଣି ପିଅନ୍ତୁ 

ବିବାହ ଦିନ ବା ଏହାର କିଛି ଦିନ ପୁର୍ବରୁ ଦିନସାରା ପ୍ରଚୁର ପାଣି ପିଅନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ ରଖିଥାଏ। ଏହା ସହିତ  ଭଲ ନିଦ ବା ବିଶ୍ରାମ ଅତ୍ୟନ୍ତ ଜରୁରୀ।  ଯଦି ଆପଣ ରାତିରେ ଭଲ ନିଦରେ ଶୋଇବେ ତେବେ ସକାଳେ ଆପଣଙ୍କୁ ସତେଜ ଏବଂ ଉଜ୍ଜ୍ୱଳ ଅନୁଭବ ହୋଇଥାଏ ।

ଆହୁରି ପଢ଼ନ୍ତୁ:Congress Vote Theft Rally: ଖୋଳାଯିବ କବର:କଂଗ୍ରେସ ରାଲିରେ ମୋଦୀଙ୍କ ବିରୋଧରେ ସ୍ଲୋଗାନ,ବିଜେପି ଦେଲା କଡ଼ା ଜବାବ

ଏହି ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କଲେ ଆପଣ ଆପଣଙ୍କ ବିବାହ ଦିନ ଉଜ୍ଜ୍ୱଳ ଏବଂ ସୁନ୍ଦର ଦେଖାଯାଇପାରିବେ। ଏହା କେବଳ ଆପଣଙ୍କୁ ଉଜ୍ଜ୍ୱଳ କରିବ ନାହିଁ , ଏହି ଛୋଟ ଛୋଟ ଟିପ୍ସର ଅନୁସରଣ ଫଲରେ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe